ମୁମ୍ବାଇ ବିମାନ ବନ୍ଦରରେ କୃଣାଲ ପାଣ୍ଡ୍ୟା ଅଟକ

ମୁମ୍ବାଇ ବିମାନ ବନ୍ଦରରେ କୃଣାଲ ପାଣ୍ଡ୍ୟା ଅଟକ

ମୁମ୍ବାଇ ବିମାନ ବନ୍ଦରରେ କୃଣାଲ ପାଣ୍ଡ୍ୟା ଅଟକ
ମୁମ୍ବାଇ : ଭାରତୀୟ କ୍ରିକେଟର କୃଣାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଅଟକ ରଖାଯାଇଛି । ଦୁବାଇରୁ ଆଇପିଏଲ ଖେଳି ଫେରୁଥିବା କୃଣାଳଙ୍କୁ ଅଘୋଷିତ ସୁନା ରଖିବା ଅଭିଯୋଗରେ ଅଟକ ରଖାଯିବା ସହିତ ପଚରା ଉଚୁରା କରାଯାଉଛି । ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରର ୨ ନମ୍ବର ଟର୍ମିନାଲରେ ସିନିୟର ପାଣ୍ଡ୍ୟାଙ୍କୁ ଅଟକ ରଖାଯାଇଥିଲା । କୃଣାଲଙ୍କ ସମେତ ପତ୍ନୀ ପଙ୍ଖୁଡୀ ଶର୍ମାଙ୍କୁ ମଧ୍ୟ ବର୍ହିଶୁଳ୍କ ବିଭାଗ ପକ୍ଷରୁ ବିମାନ ବନ୍ଦରରେ ଅଟକ ରଖାଯାଇଛ । ଜବତ କରାଯାଇଥିବା ସାମଗ୍ରୀ ମଧ୍ୟରେ ଅଘୋଷିତ ସୁନା ଅଳଙ୍କାର ଏବଂ ମୂଲ୍ୟବାନ ଘଣ୍ଟା ଜବତ କରାଯାଇଥିବା ନେଇ ଅର୍ଥନୈତିକ ଗୁଇନ୍ଦା ନିଦେ୍ର୍ଧଶାଳୟ (ଡିଆରଆଇ) ପକ୍ଷରୁ ସୂଚନା ମିଳିଛି । ଗୁରୁବାର ସନ୍ଧ୍ୟାରେ କୃଣାଲ ଏବଂ ପଙ୍ଖୁଡୀଙ୍କୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଅଟକ ରଖିଥିଲେ । ଜବତ ସାମଗ୍ରୀର ମୂଲ୍ୟାୟନ କରାଯାଇନଥିଲେ ମଧ୍ୟ ଏହାର ମୂଲ୍ୟ ପ୍ରାୟ ୧ କୋଟ ି ଟଙ୍କା ହେବ । ଏହି ସାମଗ୍ରୀ ପାଇଁ କୃଣାଲଙ୍କୁ ଅର୍ଥଦଣ୍ଡ ପ୍ରଦାନ କରିବାକୁ ପଡିବ । ମାମଲା ବର୍ହିଶୁଳ୍କ ବିଭାଗକୁ ହସ୍ତାନ୍ତର କରାଯାଇଥିବା ନେଇ ଡିଆରଆଇ ପକ୍ଷରୁ କୁହାଯାଇଛି । ଚଳିତ ଆଇପିଏଳରେ ପଞ୍ଚମ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ପ୍ରମୁଖ ସଦସ୍ୟ କୃଣାଲ ୧୦୯ ରନ୍ ସଂଗ୍ରହ କରିବା ସହିତ ବୋଲିଂରେ ୬ଟି ୱିକେଟ ଅକ୍ତିଆର କରିଛନ୍ତି ।