ଆହୁରି ଦୁଇ ଦିନ ପ୍ରବଳ ଶୀତ

ଆହୁରି ଦୁଇ ଦିନ ପ୍ରବଳ ଶୀତ

ଆହୁରି ଦୁଇ  ଦିନ ପ୍ରବଳ ଶୀତ

ଭୁବନେଶ୍ୱର: ଆଗାମୀ ଦୁଇ ଦିନ ଆହୁରି ଥରାଇବ ଶୀତ। ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ବାୟୁ ମଣ୍ଡଳର ତଳ ଭାଗରେ ଥଣ୍ଡା ଓ ସୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବଶେ କରୁଥିବାରୁ କିଛି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟାରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗଳ ଏବଂ ଢ଼େଙ୍କାନାଳ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।  

ସେହିପରି ପରବର୍ତ୍ତୀ ୨୪ ଘଣ୍ଟା ପାଇଁ ୧୨ ଜିଲ୍ଲା ଝାଡ଼ସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସମ୍ୱଲପୁର, ସୋନପୁର, ବୈଦ୍ଧ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲା ପାଇଁ ମଧ୍ୟ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।