ଆଦିବାସୀ ଅଞ୍ଚଳରେ ଧର୍ମାନ୍ତରୀକରଣ, ୧୩ ଏନଜିଓଙ୍କୁ ବିଦେଶୀ ଅନୁଦାନ ମିଳିବା ପରେ ରୋକ

ଆଦିବାସୀ ଅଞ୍ଚଳରେ ଧର୍ମାନ୍ତରୀକରଣ, ୧୩ ଏନଜିଓଙ୍କୁ ବିଦେଶୀ ଅନୁଦାନ ମିଳିବା ପରେ ରୋକ

ଆଦିବାସୀ ଅଞ୍ଚଳରେ ଧର୍ମାନ୍ତରୀକରଣ, ୧୩ ଏନଜିଓଙ୍କୁ ବିଦେଶୀ ଅନୁଦାନ ମିଳିବା ପରେ ରୋକ
ନୂଆଦିଲ୍ଲୀ: ଧାର୍ମିକ କାର୍ଯ୍ୟ ଆୟୋଜନ ଆଳରେ ବିଦେଶରୁ ଆର୍ଥିକ ଅନୁଦାନ ପାଇ ସେଇ ରାଶିକୁ ଭାରତର ଅାଦିବାସୀ ଅଞ୍ଚଳରେ ଧର୍ମାନ୍ତରୀକରଣ କରିବା ପାଇଁ ବିନିଯୋଗ କରୁଥିବା ଅଭିଯୋଗରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବେ ୧୩ଟି ଏନଜିଓଙ୍କ ବିଦେଶୀ ଅନୁଦାନ ପାଇବା ପାଇଁ ଫରେନ କଣ୍ଟି୍ରବୁ୍ୟସନସ ରେଗୁଲେସନ ଆକ୍ଟ ୨୦୧୦ ଅଧୀନରେ ଯେଉଁ ଲାଇସେନ୍ସ ଦିଆଯାଇଥିଲା, ତାହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଏହି ଏନଜିଓଗୁଡ଼ିକ ମୁଖ୍ୟତଃ ଝାଡ଼ଖଣ୍ଡର ଆଦିବାସୀ ଅଞ୍ଚଳରେ ଧର୍ମାନ୍ତରୀକରଣ କାର୍ଯ୍ୟରେ ସମ୍ପୃକ୍ତ ଥିଲେ ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ମନ୍ତ୍ରଣାଳୟ ତରଫରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ହେଲେ ୧୨ଟି ଏନଜିଓ ଏହାର ଜବାବ ଦେଇନଥିଲା ବେଳେ ଗୋଟିଏ ସଂସ୍ଥା ନିର୍ଦ୍ଧାରିତ ସମୟ ପରେ ଜବାବ ଦାଖଲ କରିଥିଲା । କିନ୍ତୁ ତାହାର ଜବାବ ବି ସନ୍ତୋଷ ଜନକ ନଥିଲା । ତେଣୁ ମନ୍ତ୍ରଣାଳୟର ୧୩ଟି ଯାକ ଏନଜିଓଙ୍କୁ ବିଦେଶୀ ଅନୁଦାନ ପାଇବା ପାଇଁ ମିଳିଥିବା ଲାଇସେନ୍ସକୁ ସ୍ଥଗିତ ରଖିଛି । ସେମାନଙ୍କୁ ଆସନ୍ତା ୬ ମାସ ଭିତରେ ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି । ଏହା ପରେ ସେମାନଙ୍କ ଲାଇସେନ୍ସ ସ୍ଥାୟୀ ଭାବେ ବାତିଲ କରିବା କିମ୍ବା ପୁଣି ବାହାଲ କରିବା ଉପରେ ସରକାର ବିଚାର କରିବେ ।