କଙ୍ଗନା ବନାମ ଶିବସେନା : କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଲା ବିଏମସି

କଙ୍ଗନା ବନାମ ଶିବସେନା : କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଲା ବିଏମସି

କଙ୍ଗନା ବନାମ ଶିବସେନା : କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଲା ବିଏମସି
ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ଶିବସେନା ମଧ୍ୟରେ ବିବାଦ ନୂଆ ରୂପ ନେଇଛି । ଆଜି ୱାଇ ପ୍ଲସ ସୁରକ୍ଷା ବ୍ୟବସ୍ଥା ସହିତ କଙ୍ଗନା ମୁମ୍ବାଇ ଆସୁଥିବା ବେଳେ ବିଏମସି ପକ୍ଷରୁ କଙ୍ଗନାଙ୍କ କାର୍ଯ୍ୟାଳୟକୁ ଭଙ୍ଗାଯାଇଛି । କଙ୍ଗନାଙ୍କ କାର୍ଯ୍ୟାଳୟ ମଣିକର୍ଣ୍ଣିକା ଫିଲ୍ମସକୁ ବେଆଇନ ଦର୍ଶାଇ ବିଏମସି ପକ୍ଷରୁ ଭଙ୍ଗାଯାଇଛି । ତେବେ କାର୍ଯ୍ୟାଳୟ ଭଙ୍ଗା ଯାଉଥିବାର ଫଟୋ ପୋଷ୍ଟ କରିବା ସହିତ ଶିବସେନାକୁ ନିଶାନା ବନାଇଛନ୍ତି କଙ୍ଗନା । କଙ୍ଗନା ଶିବସେନାକୁ ବାବର ସେନା ସହିତ ତୁଳନା ମଧ୍ୟ କରିଛନ୍ତି । ମଣିକର୍ଣ୍ଣିକା ଫିଲ୍ମସର କାର୍ଯ୍ୟାଳୟ ମୋ ପାଇଁ କୌଣସି ମନ୍ଦିରଠୁ କମ ନୁହେଁ । ଆଜି ଏହି ମନ୍ଦିରକୁ ଭାଙ୍ଗିବା ପାଇଁ ବାବର ସେନା ପହଞ୍ଚିଛନ୍ତି ବୋଲି କଙ୍ଗନା ଟ୍ୱିଟ କରିଛନ୍ତି । ଏହା ସହିତ ଘର ଭଙ୍ଗାଯାଉଥିବାର ଏକ ଫଟୋ ସେୟାର କରି ପାକିସ୍ତାନ ଏବଂ ଗଣତନ୍ତ୍ରର ହତ୍ୟା ବୋଲି ଲେଖିଛନ୍ତି କଙ୍ଗନା । ସେ ପୂର୍ବରୁ କୌଣସି ଭୁଲ ବୟାନ ଦେଇ ନାହାନ୍ତି ଏବଂ ନିଜ ବୟାନରେ ସେ ଅଟଳ ବୋଲି ମଧ୍ୟ କଙ୍ଗନା ଲେଖିଛନ୍ତି ।