ଅରୁଣ ଜେଟଲୀଙ୍କ ଅବସ୍ଥା ଅତି ଗୁରୁତର

ଅରୁଣ ଜେଟଲୀଙ୍କ ଅବସ୍ଥା ଅତି ଗୁରୁତର

ଅରୁଣ ଜେଟଲୀଙ୍କ ଅବସ୍ଥା ଅତି ଗୁରୁତର
ନୂଆଦିଲ୍ଳୀ:ଦିଲ୍ଲୀ ଅଖିଳ ଭାରତ ଆୟୁବିଜ୍ଞାନ ସଂସ୍ଥାନରେ ଚିକିତ୍ସାଧୀନ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅବସ୍ଥା ଅତି ଗୁରୁତର ହୋଇ ପଡିଛି । ତାଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ରଖାଯାଇଛି । ରାତି ପ୍ରାୟ ୯ ଟାରେ ବିଜେପି ରାଷ୍ଟୟୀୟ ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏମସରେ ପହଂଚି ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ଠାରୁ ପଚାରି ବୁଝିଛନ୍ତି । ସୂଚନା ଅନୁସାରେ ଜେଟ୍‌ଲୀଙ୍କ ଫୁସ୍‌ଫୁସ୍‌ରେ ପାଣି ଜମିରହିଛି, ଯେଉଁଥିପାଇଁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେଉଛି। ବାରମ୍ବାର ଫୁସ୍‌ଫୁସ୍‌ରୁ ପାଣି ବାହାର କରାଯାଉଥିଲେ ମଧ୍ୟ ପୁନର୍ବାର ପାଣି ଜମା ହୋଇଯାଉଛି।ଶୁକ୍ରବାର ରାତିରେ ଏମ୍‌ସ ପକ୍ଷରୁ ଏକ ବିବୃତି ଜାରି କରାଯାଇ କୁହାଯାଇଛି ଯେ, ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବ ଭଳି ସ୍ଥିର ରହିଛି। ତାଙ୍କର ରକ୍ତଚାପ ଏବଂ ପଲ୍ସ ରେଟ୍‌ ଠିକ୍‌ ଥିବା ଦର୍ଶାଯାଇଛି। ସୂଚନାଯୋଗ୍ୟ, ଅରୁଣ ଜେଟ୍‌ଲୀଙ୍କର ଡାଏବେଟିସ ରହିଛି। ତାଙ୍କର ଗୋଟିଏ ଥର କିଡ୍‌ନୀ ପ୍ରତିରୋପଣ ହୋଇସାରିଛି। କିଛିଦିନ ତଳେ ସେ ସଫ୍ଟ ଟିସ୍ୟୁ କ୍ୟାନ୍ସରରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହାବ୍ୟତୀତ ସେ ମେଦବହୁଳରୁ ଦୂରେଇ ରହିବା ଲାଗି ବେରିଆଟ୍ରିକ ସର୍ଜରୀ କରାଇଥିବା ଜଣାପଡ଼ିଛି।