ଆଜିର ରାଶିଫଳ ୨ ଜାନୁଆରୀ ୨୦୨୦(ଗୁରୁବାର)
ଆଜିର ରାଶିଫଳ ୨ ଜାନୁଆରୀ ୨୦୨୦(ଗୁରୁବାର)
admin
Jan 2, 2020 - 00:45
Updated: Jan 2, 2020 - 00:45
ମେଷ –
ସର୍ବୋପରି ରାଜଯୋଗ ଅଛି। ମଧୁର କଥା କହି ପରକୁ ଆପଣାର କରିବେ; ମାତ୍ର ଖର୍ଚ୍ଚାନ୍ତ ହେବେ।ବାଧା ବିଘ୍ନକୁ ଏଡାଇ କାର୍ୟ୍ୟ କରି ଚାଲିବେ। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। ଚଞ୍ଚଳ ସ୍ବଭାବର ହୋଇପାରନ୍ତି।
ବୃଷ: -
ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହ ରାଜକୋଷ ଧନ ପ୍ରାପ୍ତ ହେବେ। ଧନ ଲାଭର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ।
ମିଥୁନ –
ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ଯଶ ଅର୍ଜନ କରିବେ। କର୍ମବୀର ହୋଇପାରନ୍ତି। ସାଧାନା ଫଳବତୀ ହେବ। କୁଳ ଉଳକାରୀ ହେବେ। ମନରେ ପ୍ରସନ୍ନତା ଦେଖା ଦେବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି।
କର୍କଟ –
ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି।
ସିଂହ –
ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଖର୍ଚ୍ଚାନ୍ତ ଯୋଗ ଅଛି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ନିଷେଧ। କେତେକ ଘଟଣାରେ ଅସୁଖୀ ହେବେ। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି। ସ୍ବାଭିମାନୀ ହେବେ।
କନ୍ୟା -
ସେବାଭାବ ଜାଗ୍ରତ ହୋଇପାରେ। ବେଳେ-ବେଳେ ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ୟ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ମନରେ
ତୁଳା –
ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ କୃପାପାତ୍ର ହେବେ। ମନରେ ଗର୍ବଭାବ ଜାଗରିତ ହେବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଦୀର୍ଘ ଜୀବନ ବିତାଇବାକୁ ଉଦ୍ୟମ ଜାରି ରଖିବେ।
ବିଛା –
ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ।
ଧନୁ –
ସୁଖୀ ଓ ଶୋଭନ ବ୍ୟକ୍ତିତ୍ବ ଅଧିକାରୀ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। କୃଷିକ୍ଷେତ୍ରରୁ ଭଲ ଆମଦାନୀ କରିପାରନ୍ତି। ବାଦାନୁବାଦର ସମ୍ମୁଖୀନ ହୋଇପାରନ୍ତି। ନିଜ ଉଦାରତାର ପରିପ୍ରକାଶ ଘଟାଇ ପାରନ୍ତି। ଦାନ-ଶୀଳ ହେବେ।
ମକର-
ପ୍ରେମୀ ସାହସୀ ହେବେ। ସୁଖ ମିଳିବ। ସମ୍ମାନିତ ହେବେ। ମନ ପ୍ରସନ୍ନ ରହିବ। ଧର୍ମ ଭାବାପନ୍ନ ହୋଇପାରନ୍ତି। ମଧୁରଭାଷୀ ହୋଇ ସହକର୍ମୀମାନଙ୍କ ଠାରୁ କାର୍ୟ୍ୟ ହାସଲ କରିପାରନ୍ତି। ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିବେ।
କୁମ୍ଭ-
ପରଦେଶବାସୀ, ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ଏକ ପତ୍ନୀ ବ୍ରତଧାରୀ ହେବେ। ମିତ୍ର ସୁଖ ମିଳିବ। ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି।
ମୀନ-
ଐଶ୍ବର୍ୟ୍ୟଯୁକ୍ତ ହେବେ। ମାଲି-ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହୋଇପାରେ। ଚିନ୍ତାଧାରା ଉନ୍ନତମାନର ହେବ। ସରକାରୀ ଅର୍ଥ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ରାଜକୃପା ଲାଭ କରିପାରନ୍ତି।