ଆଜିଠାରୁ +୨ ପ୍ରାକ୍ଟିକାଲ୍ ପରୀକ୍ଷା
ଆଜିଠାରୁ +୨ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା। କୋଭିଡ କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ସ୍ତରରେ ଆୟୋଜିତ ହୋଇଛି ପରୀକ୍ଷା । ଦେଢ଼ ହଜାରରୁ ଅଧିକ କଲେଜରେ ପିଲାଙ୍କ ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଥିବାବେଳେ ପରୀକ୍ଷା ଲାଗି ପ୍ରଶ୍ନପତ୍ର ବିଭିନ୍ନ କେନ୍ଦ୍ରକୁ ପଠାସରିଛି ।
ସେହିପରି ପ୍ରତ୍ୟେକ ଘରୋଇ ଶିକ୍ଷାନୁଷ୍ଠାନରେ ପିଲାଙ୍କ ପରୀକ୍ଷା ସିସିଟିଭି ରେକର୍ଡିଂ କରି ଭିଡିଓ ସିଏଚଏସଇ ନିକଟରେ ମଧ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି । ଆଜି ଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ୟ୍ୟନ୍ତ ଚାଲିବ ପ୍ରାକ୍ଟିକାଲ ପରୀକ୍ଷା ।ସୂଚନାଅନୁସାରେ, କଳା, ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ରାଜ୍ୟର ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏ ବର୍ଷ +୨ ପରୀକ୍ଷା ଦେବେ । ପ୍ରାକ୍ଟିକାଲ ପରୀକ୍ଷା ୧୨ ତାରିଖରେ ଶେଷ ହେବାକୁ ଥିବାବେଳେ ଥିଓରୀ ପରୀକ୍ଷା ଆସନ୍ତା ୨୮ ତାରିଖରୁ ଆରମ୍ଭ ହୋଇ ମେ ୨୮ରେ ଶେଷ ହେବ ।




admin 