ପେଟ୍ରୋଲ୍, ଡିଜେଲ୍ ପରେ ମହଙ୍ଗା ହେଲା ସିଏନଜି
ପେଟ୍ରୋଲ୍, ଡିଜେଲ୍ ପରେ ମହଙ୍ଗା ହେଲା ସିଏନଜି
ନୂଆଦିଲ୍ଲୀ: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ । ପେଟ୍ରୋଲ, ଡିଜେଲ, ଏଲପିଜି ସିଲିଣ୍ଡର ଦର ହୁ ହୁ ହୋଇ ବଢୁଥିବାବେଳେ, ତା’ସହ ତାଳ ଦେଇ ଏବେ ସିଏନଜି ଦାମ ମଧ୍ୟ ବୃଦ୍ଧି ପାଇଛି । ଆଜିଠାରୁ ଆଇଜିଏଲ ଦିଲ୍ଲୀରେ ସିଏନଜି ଦାମକୁ କେଜି ପିଛା ୨.୫ ଟଙ୍କା ବଢାଇଛି । ଫଳରେ ୧ କେଜି ସିଏନଜିର ଦାମ ୬୪.୧୧ ଟଙ୍କାରେ ପହଞ୍ଚି ଯାଇଛି ।
ଦର ବୃଦ୍ଧି ଯୋଗୁ ଦିଲ୍ଲୀର କ୍ୟାବ୍ ଡ୍ରାଇଭରମାନେ ଆଉ କାର୍ରେ ଏସି ନଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅସହ୍ୟ ଗରମ ସତ୍ତ୍ୱେ ସେମାନେ ଦର ବୃଦ୍ଧିକୁ ବିରୋଧ କରି ନିଜ କାରରେ ଏସି ଅନ୍ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ।
ଦିଲ୍ଲୀର ଜଣେ କ୍ୟାବ ଡ୍ରାଇଭର କହିଛନ୍ତି, “ଦର ବୃଦ୍ଧି ଯୋଗୁ ଆମେ ସମସ୍ୟାରେ ପଡୁଛୁ । ଏଣିକି କାରରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆମେ ଆଉ ଏସି ଅନ୍ କରିବାକୁ ନାହିଁ । ଏସି ଦ୍ୱାରା ଅଧିକ ଗ୍ୟାସ୍ ଖର୍ଚ୍ଚ ହେଉଛି ।”
ଏହାପୂର୍ବରୁ ଏପ୍ରିଲ ୧ରେ ସିଏନଜିର ଦାମ କେଜି ପିଛା ୮୦ ପଇସା ମହଙ୍ଗା ହୋଇଥିଲା । ଗ୍ୟାସ୍ ଇନପୁଟ ଦାମ ବଢୁୁଥିବାରୁ କମ୍ପାନୀ ବାଧ୍ୟ ହୋଇ ସିଏନଜି ଦାମ ବୃଦ୍ଧି କରୁଥିବା କହିଛି ।




admin 