ଆଜି ବି ବଢ଼ିଲା ପେଟ୍ରୋଲ୍, ଡିଜେଲ୍ ଦର
ଆଜି ବି ବଢ଼ିଲା ପେଟ୍ରୋଲ୍, ଡିଜେଲ୍ ଦର
ନୂଆଦିଲ୍ଲୀ: ବଢୁଛି ତେଲ ଦର। ଲାଗୁନି ଲଗାମ। ଆଜି ପୁଣି ଗ୍ରାହକଙ୍କ ଉପରେ ହୋଇଛି ମହଙ୍ଗା ମାଡ । ୧୪ ଦିନ ମଧ୍ୟରେ ଆଜି ୧୨ଥର ପାଇଁ ବଢିଛି ତୈଳଦର । ସୋମବାର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୪୦ ପଇସା ବୃଦ୍ଧି ପାଇଛି । ଏହାକୁ ମିଶାଇ ୨ ସପ୍ତାହ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ପ୍ରାୟ ୮.୪୦ ଟଙ୍କା ବଢିଲାଣି ।
ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୩. ୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୫.୦୭ ଟଙ୍କାରେ ବିକ୍ରି ହେଉଛି । ମୁମ୍ବାଇରେ ସୋମବାର ପେଟ୍ରୋଲ ଲିଟର ପିଛା ୪୨ ପଇସା ବଢିଛି । ଫଳରେ ଏଠାରେ ପେଟ୍ରୋଲ ଲିଟର ୧୧୮.୮୩ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଲିଟର ପିଛା ୪୩ ପଇସା ବଢିବାରୁ ଏହାର ଦାମ ୧୦୩.୦୭ ଟଙ୍କା ଛୁଇଁଛି ।
ଚେନ୍ନାଇରେ ପେଟ୍ରୋଲର ଲିଟର ପିଛା ଦାମ ୧୦୯.୩୪ ଟଙ୍କା ଓ ଡିଜେଲ ୯୯.୪୨ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ୪୨ ପଇସା ଓ ଡିଜେଲ ୪୦ ପଇସା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ପରେ କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୩.୪୫ ଟଙ୍କା ଓ ଡିଜେଲ ୯୩.୨୩ ଟଙ୍କା ହୋଇଛି ।
ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ୨ ପଇସା ଲେଖାଏ ବଢିଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧୦.୭୮ ଟଙ୍କା ଓ ଡିଜେଲ ଲିଟର ପିଛା ୧୦୦.୫୩ ଟଙ୍କାରେ ବିକ୍ରି ହେଉଛି । ତେଲ ଦର ହୁ ହୁ ହୋଇ ବଢୁଥିବାରୁ ସବୁ ଜିନିଷ ଉପରେ ଏହାର ପ୍ରଭାବ ପଡୁଛି ।




admin 