ଆଜମଗଡରୁ ନିର୍ବାଚନ ଲଢ଼ିବେ ଅଖିଳେଶ

ଆଜମଗଡରୁ ନିର୍ବାଚନ ଲଢ଼ିବେ ଅଖିଳେଶ

ଆଜମଗଡରୁ ନିର୍ବାଚନ ଲଢ଼ିବେ ଅଖିଳେଶ
ଲକ୍ଷେ୍ନø: ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଆଜମଗଡ ଆସନରୁ ନିର୍ବାଚନ ଲଢ଼ିବେ । ଏହି ଆସନରୁ ଏବେ ଅଖିଳେଶଙ୍କ ପିତା ମୁଲାୟମ ସିଂହ ଯାଦବ ପ୍ରତିନିଧିତ୍ୱ କରୁଛନ୍ତି । ତେବେ ଆଗାମୀ ନିର୍ବାଚନରେ ମୁଲାୟମ ମୈନପୁରୀ ଆସନରୁ ପ୍ରତିଦ୍ୱନ୍ଦିତା କରିବେ ଦଳର ବରିଷ୍ଠ ନେତା ଆଜମ୍ ଖାଁ ଏଥର ରାମପୁର ଆସନ ପାଇଁ ଟିକେଟ ଦିଆଯାଇଛି । ଅନ୍ୟପଟେ ଲୋକସଭା ନିର୍ବାଚନ ପ୍ରଚାର ନିମନ୍ତେ ରବିବାର ସମାଜବାଦୀ ପାର୍ଟି ଏହାର ତାରକା ପ୍ରଚାରକ ତାଲିକା ପ୍ରକାଶ କରିଥିବା ବେଳେ ଏଥିରୁ ମୁଲାୟମଙ୍କ ନାମ ବାଦ ଦିଆଯାଇଛି । ୭୯ ବର୍ଷିୟା ମୁଲାୟମଙ୍କୁ ପ୍ରଚାରକ ତାଲିକାରୁ ବାଦ ଦିଆଯିବା ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି । ଏସପି ଉତରପ୍ରଦେଶରେ ୧୯ଟି ଆସନ ଓ ମଧ୍ୟପ୍ରଦୋରେ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଅଖିଳେଶଙ୍କ ପରିବାରର ୫ ସଦସ୍ୟ ନିର୍ବାଚନ ଲଢ଼ୁଛନ୍ତି । ଅଖିଳେଶ ଓ ମୁଲାୟମଙ୍କ ବ୍ୟତୀତ ପତ୍ନି ଡିମ୍ପଲ ଯାଦବ କନୌଜ, ସମ୍ପର୍କୀୟ ଭାଇ ଧର୍ମେନ୍ଦ୍ର ଯାଦବ ବଦାଉଁ ଓ ଅକ୍ଷୟ ଯାଦବ ଫିରୋଜବାଦରୁ ପ୍ରାର୍ଥୀ ହୋଇଚନ୍ତି । ଲୋକସଭା ନିର୍ବାଚନ ନିମନ୍ତେ ସମାଜବାଦୀ ପାର୍ଟି ବହୁଜନ ସମାଜ ପାର୍ଟି ଓ ରାଷ୍ଟ୍ରି୍ରୟ ଲୋକ ଦଳ ମେଂଟ କରିଛନ୍ତି । ମେଂଟରେ ଆସନ ବୁଝାମଣା ଅନୁଯାୟୀ ଉତରପ୍ରଦେଶର ୮୦ଲୋକସଭା ଆସନରୁ ସମାଜବାଦୀ ପାର୍ଟି ୩୭, ବହୁଜନ ସମାଜ ପାର୍ଟି ୩୮ ଓ ରାଷ୍ଟ୍ରିୟ ଲୋକ ଦଳ ୩ଟି ଆସନରେ ପ୍ରାର୍ଥୀ ହେବେ । ଅବଶିଷ୍ଟ ଦୁଇଟି ଆସନ କଂଗ୍ରେସ ପାଇଁ ଛାଡି ଦିଆଯିବ ।