ଆଜିଠାରୁ ମହାରାଷ୍ଟ୍ରରେ ଖୋଲିବ ହୋଟେଲ୍‌,ବାର୍‌, ରେଷ୍ଟୁରାଣ୍ଟ

ଆଜିଠାରୁ ମହାରାଷ୍ଟ୍ରରେ ଖୋଲିବ ହୋଟେଲ୍‌,ବାର୍‌, ରେଷ୍ଟୁରାଣ୍ଟ

ଆଜିଠାରୁ ମହାରାଷ୍ଟ୍ରରେ ଖୋଲିବ ହୋଟେଲ୍‌,ବାର୍‌, ରେଷ୍ଟୁରାଣ୍ଟ
ମୁମ୍ବାଇ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ପାର୍‌ କରିଥିବାବେଳେ ୧ଲକ୍ଷରୁ ଉର୍ଦ୍ଧ୍ବଙ୍କର ଜୀବନ ଗଲାଣି । କରୋନାର ଏପରି ସ୍ଥିତିରେ ଦେଶରେ ଅନଲକ୍‌ ୫ରେ କଟକଣାକୁ କୋହଳ କରାଯାଇଛି । ଭାରତରେ ସବୁଠୁ ଅଧିକ ସଂକ୍ରମିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ମଧ୍ୟ ପ୍ରାୟ କଟକଣା କୋହଳ କରାଯାଇଛି । ଆଜିଠାରୁ ମହାରାଷ୍ଟ୍ରରେ ରେସ୍ତୋରାଁ, ବାର୍‌, ଫୁଡ୍‌ କୋର୍ଟ ଖୋଲିବ ବୋଲି ସୂଚନା ରହିଛି । ତେବେ ପ୍ରାରମ୍ଭିକ ପର୍ୟ୍ୟାୟରେ ୫୦ ପ୍ରତିଶତ କର୍ମଚାରୀଙ୍କ ଦ୍ବାରା ଏହି ରସ୍ତୋରାଁ, ବାର୍‌ ଆଦି ଖୋଲିବାକୁ ଅନୁମତି ମିଳିଥିବା ବେଳେ ପ୍ରଶାସନ ତରଫରୁ ଏନେଇ ଏସ୍‌ଓପି ମଧ୍ୟ ଜାରି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ବ୍ୟବସାୟୀ ଓ ଗ୍ରାହକ କରୋନା କଟକଣାକୁ ମାନିବାକୁ ପଡିବ । ଯେମିତିକି ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବ. ହାତ ଧୋଇବା ଜରୁରୀ ବୋଲି କୁହାଯାଇଛି । ସେହିପରି ଗ୍ରାହକମାନେ ରେଷ୍ଟୁରାଣ୍ଟକୁ ଆସିବା ପରେ ତାଙ୍କର ଶରୀରର ତାପମାତ୍ରାକୁ ଚେକ୍‌ କରାଯିବ । ଯଦି କୌଣସି ଗ୍ରାହକଙ୍କର ତାପମାତ୍ରା ଅଧିକ ରହୁଥିବ ତେବେ ତାଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ସେହିପରି ରେଷ୍ଟୁରାଣ୍ଟ ଓ ବାର୍‌କୁ ଦିନରେ ଦୁଇ ଥର ସାନିଟାଇଜ୍‌ କରାଯିବ ବୋଲି ସୂଚନା ରହିଛି । ସେହିପରି ଦେଣନେଣ ପାଇଁ ଡିଜିଟାଲ୍‌ ମାଧ୍ୟମକୁ ଗୁରୁତ୍ବ ଦେବାକୁ କୁହାଯାଇଛି ।କ୍ୟାସ୍‌ ନେବା ବେଳେ ସତର୍କତା ରଖିବାକୁ ପରମାର୍ଶ ଦିଆଯାଇଛି । ଯଦିଏହି ସମସ୍ତ ନିୟମର ଉଲ୍ଲଂଘନ ହୁଏ , ତେବେ ସମ୍ପୃକ୍ତ ରେସ୍ତାରୋଁ, ବାର୍‌ ଓ ହୋଟଲ୍‌ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ସର୍ବାଧିକ କରୋନା ମାମଲା ରହିଛି । ଏଠାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧୪ ଳକ୍ଷ ୪୩ ହଜାର ୪୦୯ରେ ପହଞ୍ଚିଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୫ ହଜାର ୨୮୧ ରହିଛି । ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ ହଜାର ୦୮୪ ରହିଛି ।