ଆଜି ଜାତୀୟ କୃଷକ ଦିବସ
ଆଜି ଜାତୀୟ କୃଷକ ଦିବସ
୧୯୦୨ ଡ଼ିସେମ୍ବର ୨୩ରେ ଉତ୍ତରପ୍ରଦେଶ ହାପୁରା ଜିଲା ଅନ୍ତର୍ଗତ ନୁପୁର ଗାଁରେ ଚରଣ ସିଂହ ଜନ୍ମଗ୍ରହଣ କରିଥିଲେ । ଜାଠ ପରିବାରରେ ଜନ୍ମିତ ଚରଣ କୃଷି କ୍ଷେତ୍ରରେ ଉନ୍ନତି ନିମନ୍ତେ ଅନେକ ଯୋଜନାମାନ ପ୍ରଣୟନ କରିଥିଲେ । ଦେଶର ସବୁଠାରୁ ବଡ଼ କୃଷିଭିତ୍ତିକ ରାଜ୍ୟ ଉତ୍ତରପ୍ରଦେଶରେ ଦୁଇ ଦୁଇଥର ମୁଖ୍ୟମନ୍ତ୍ରୀ ରହିଥିବା ଚରଣ ସିଂହ ଜମିବାଡ଼ି ସଂସ୍କାରରେ ପ୍ରମୁଖ ଭୂମିକା ନେଇଥିଲେ । ୧୯୭୮ରେ ସେ କିଷାନ ଟ୍ରଷ୍ଟ ନାମରେ ଏକ ଅଣରାଜନୈତିକ ସଂଘ ମଧ୍ୟ ଗଢ଼ିଥିଲେ । ଚରଣ ସିଂହଙ୍କ ସ୍ମୃତିରେ ଡ଼ିସେମ୍ବର ୨୩କୁ ‘ଜାତୀୟ କୃଷକ ଦିବସ’ ଭାବେ ପାଳନ କରାଯାଉଛି ।
୨୦୦୧ ମସିହାରେ କେନ୍ଦ୍ର ସରକାର କୃଷକ ଦିବସ ପାଳନ ନିଷ୍ପତ୍ତି ନେଇଥିଲେ । ଦେଶର କୃଷକମାନଙ୍କ ଭୂମିକା ଏବଂ ଅବଦାନ ସମ୍ପର୍କରେ ସଚେତନ କରିବା ଲାଗି ଏହି ଦିନ ବିଶେଷ କାର୍ଯ୍ୟକ୍ରମମାନ ଆୟୋଜିତ ହୁଏ ।




admin 