ଆଉ ବଢ଼ିବନି +୩ ନାମଲେଖା ଅବଧି

ଆଉ ବଢ଼ିବନି +୩ ନାମଲେଖା ଅବଧି

ଆଉ  ବଢ଼ିବନି  +୩ ନାମଲେଖା ଅବଧି

ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷା ବର୍ଷ ଲାଗି ୟୁଜି ବା +୩ ପ୍ରଥମ ବର୍ଷରେ ନାମଲେଖା ଶେଷ ହୋଇଛି । ୨୦ ତାରିଖରୁ ଏହି ନାମଲେଖା ବନ୍ଦ ହୋଇ ଥିବାବେଳେ ଆଉ ଅବଧି ବଢ଼ିବନି ବୋଲି ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି। ଏ ନେଇ ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ଏବଂ ଡିଗ୍ରୀ କଲେଜ ଗୁଡ଼ିକର ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି। ୪ଟି ପର୍ୟ୍ୟାୟରେ ନାମଲେଖା ଅନୁଷ୍ଠିତ ହୋଇଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜରେ ୫୫,୬୦୯ଟି ସିଟ୍ ଏବେବି ଫାଙ୍କା ପଡ଼ିଛି।


ସୂଚନା ଅନୁସାରେ, ୩ଟି ପର୍ୟ୍ୟାୟରେ ନାମଲେଖା ପରେ ବି ସିଟ୍ ପୂରଣ ନ ହେବାରୁ ଗତ ୧୦ରୁ ୪ର୍ଥ ପର୍ୟ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସାମ୍ସର ତଥ୍ୟ ଅନୁସାରେ, ରାଜ୍ୟରେ ୧୦୨୪ ଡିଗ୍ରୀ କଲେଜରେ ରହିଥିବା ମୋଟ୍ ୨,୫୫,୯୧୩ ସିଟରୁ ବର୍ତ୍ତମାନ ସୁଦ୍ଧା ୨,୦୦,୩୦୪ଟିରେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ୫୫,୬୦୯ ସିଟ୍ ଖାଲି ପଡ଼ିଛି। ସେଥିମଧ୍ୟରେ କଳାରେ ୧୫,୭୦୬, ଫିଜିକାଲ ସାଇନ୍ସରେ ୧୮,୧୩୨, ବାୟୋଲୋଜିକାଲ ସାଇନ୍ସରେ ୮,୨୯୩, ବାଣିଜ୍ୟରେ ୧୦,୩୧୮, ସେଲ୍ଫ ଫାଇନାନ୍ସରେ ୫୬୮ ଏବଂ ସଂସ୍କୃତରେ ୨,୫୯୨ ସିଟ୍ ଖାଲି ରହିଛି।