ଅର୍ଚ୍ଚନା ନାଗଙ୍କୁ ନେଇ ଏମିତି ବୟାନ ଦେଲେ ସାଲୁଜା

ଅର୍ଚ୍ଚନା ନାଗଙ୍କୁ ନେଇ ଏମିତି ବୟାନ ଦେଲେ ସାଲୁଜା

ଅର୍ଚ୍ଚନା ନାଗଙ୍କୁ ନେଇ ଏମିତି ବୟାନ ଦେଲେ ସାଲୁଜା

ଭୁବନେଶ୍ୱର: ଫିଟୁଛି ରହସ୍ୟମୟୀ ଅର୍ଚ୍ଚନା ନାଗଙ୍କ ହନିଟ୍ରାପ୍‌ର ଗୁମର। ହେଲେ ଖୋଲୁନି ଏହି ରାଣୀମହୁମାଛିଙ୍କ ସହ ଥିବା ନେତା ଓ ମନ୍ତ୍ରୀଙ୍କ ଲିଙ୍କ୍। ପୁଲିସ ଏବାବଦରେ ପୂରା ଚୁପ୍। ଯାହାକୁ ନେଇ ପୁଲିସ ଉପରେ ସନ୍ଦେହ ବଢ଼ିଛି। ବିରୋଧୀ ଦଳ ପକ୍ଷରୁ ପୁଲିସର ତଦନ୍ତ ଉପରେ ଆଙ୍ଗୁଳି ଉଠିଛି। ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଓ ପୂରା ମାମଲାରେ ଗଣ୍ଡା ଗଣ୍ଡା ନେତାଙ୍କ ସଂପୃକ୍ତି ଅଭିଯୋଗକୁ ନେଇ ଆକ୍ସନ ମୋଡ୍‌କୁ ଆସିଛନ୍ତି ବିରୋଧୀ।

ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏକ ବଡ଼ ବୟାନ ଦେଇଛନ୍ତି ।  ସେ କହିଛନ୍ତି ଯେ ଅର୍ଚ୍ଚନା ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବ ।  ଲାପଟପ ଓ ମୋବାଇଲର ସତ ଲୁଚାଇବାକୁ ସରକାର ଚେଷ୍ଟା କରୁଛନ୍ତି ।  ସଫା ପୋଷାକ ବିନ୍ଧି ବିଜେଡି ନେତାମାନେ ଘୃଣିତ  କାର୍ଯ୍ୟ କରୁଛନ୍ତି ।  ଏହି ।ମାମଲାରେ ବିଜେଡି ବିଧାୟକ, ମନ୍ତ୍ରୀ ଓ ଅଫିସରଙ୍କ ସମ୍ପୃକ୍ତି ରହିଛି ।  ଅର୍ଚ୍ଚନାଙ୍କ ବେଆଇନ ସମ୍ପତ୍ତି ଜବତ ସହ ଲାପଟପ ଓ ମୋବାଇଲ ପଦାକୁ ଆସୁ । ଏହାର ଏସଆଇଟିସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି ।

ଅନ୍ୟପଟେ ଖୋଲିଛି ଅର୍ଚ୍ଚନାଙ୍କ ନାଗଫାଶର କଳା ଚିଠା। ଖଣ୍ଡଗିରି ଥାନାରେ ଅଭିଯୋଗକାରିଣୀଙ୍କ ଏତଲା କପିର ନକଲରୁ ମିଳିଛି ସାଂଘାତିକ ସୂଚନା। ପୀଡ଼ିତାଙ୍କ ଅଭିଯୋଗ, ୨୦୧୮ରେ ସେ ଚାକିରୀ ଖୋଜିବା ପାଇଁ ଆସିଥିବା ବେଳେ ଅର୍ଚ୍ଚନାଙ୍କ ସହ ପରିଚୟ ହୋଇଥିଲାା ଗୋଟିଏ କୋଠାରେ ଘରଭଡ଼ା ନେଇ ରହୁଥିବାରୁ ଉଭୟଙ୍କ ପରିଚୟ ବଢ଼ିଥିଲା। ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା ଅଞ୍ଚଳରେ ଏହି ଘର ରହିଥିଲା। ପ୍ରମୋଦ ସ୍ୱାଇଁ ନାମକ ଜଣେ ବ୍ୟବସାୟୀ ହେଉଛନ୍ତି ଏହି ଘରର ମାଲିକ। ଯେଉଁ ଘରେ ଚାକିରି ଆଳରେ ପୀଡ଼ିତାଙ୍କୁ ଫସାଇଥିଲେ ଅର୍ଚ୍ଚନା।

ଏହି ଘରକୁ ଆସୁଥିଲେ ବହୁ ବଡ଼ବଡ଼ିଆ। ଆଉ ତାଙ୍କ ସହ ସେକ୍ସ ଭିଡିଓ ବନାଇ ବ୍ଲାକମେଲିଂ ଦ୍ୱାରା ରୋଜଗାର ପାଇଁ ପ୍ରବର୍ତ୍ତାଇଥିଲେ ଅର୍ଚ୍ଚନା। ଗୋଟିଏ ଦିନ ରାତିରେ ପାର୍ଟି ନାଁରେ ନିଶା ପାନୀୟ ପିଆଇ ବେହୋସ କରିଦେଇଥିଲେ। ଏଥିରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ବି ସାମିଲ ଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି ପୀଡ଼ିତା। ଏମିତିକି ଗତ ଏପ୍ରିଲରେ ଅକ୍ଷୟ ପରିଜାଙ୍କ ନମ୍ବର ଦେଇ ତାଙ୍କୁ ଫସାଇବାକୁ କହିଥିଲେ। ଖାଲି ସେତିକି ନୁହେଁ ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ବହୁ ଲୋକଙ୍କଠୁ ବଳପୂର୍ବକ କୋଟି କୋଟି ଟଙ୍କା ଆଦାୟ କରୁଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି ପୀଡ଼ିତା।

ଅଥଚ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ବିରୋଧରେ ପୁଲିସ କୌଣସି ଠୋସ୍ ପଦକ୍ଷେପ ନେଇନି। ଦୁହିଁଙ୍କୁ ପୁଲିସ କେବଳ ପଚରଉଚରା କରିଛି। ଅର୍ଚ୍ଚନାଙ୍କ କଳାଟଙ୍କା ଖଗେଶ୍ୱରଙ୍କ ସେକେଣ୍ଡ ହ୍ୟାଣ୍ଡ କାର୍ ବିଜନେସ୍‌ରେ ବିନିଯୋଗ ହେଉଥିଲା ବୋଲି ଅଭିଯୋଗ ଉଠିଛି।