ଅମରିନ୍ଦର ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ, ସମାଧାନ କଣ ହେଲା ଜାଣନ୍ତୁ
ଅମରିନ୍ଦର ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ, ସମାଧାନ କଣ ହେଲା ଜାଣନ୍ତୁ
ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦର ଏକ ପ୍ରକାର ତାଳିପକା ସମାଧାନ ଦଳ କରିଛି । କ୍ୟାପଟେନ ସିଂହ ମୁଖ୍ୟମନ୍ତ୍ରୀ ରହିବେ ଏବଂ ସିଦ୍ଧୁ ରାଜ୍ୟରେ ଦଳର ମୁଖ୍ୟ ଭାବେ କାର୍ଯ୍ୟ କରିବେ । ଅମରିନ୍ଦରଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଦଳ ନିର୍ବାଚନକୁ ଓହ୍ଲାଇବ । ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଏଭଳି ସମାଧାନ କରାଯାଇଛି । ତେବେ ଏହି ସମାଧାନ ପନ୍ଥାକୁ ନେଇ ଉଭୟ ଗୋଷ୍ଠୀ ଅସନ୍ତୋଷ ବ୍ୟକ୍ତ କରିବା ସହ ପରବର୍ତ୍ତୀ ରଣନୀତି ନେଇ ବୈଠକ କରିବାକୁ ମାମଲା ପୁଣି ବିଗିଡିବା ଆଶଙ୍କା ରହିଛି । ରାଜ୍ୟରେ ପିସିସିର ଦୁଇ ଜଣ କାର୍ଯ୍ୟକାରୀ ସଭାପତିି ରହିବେ ବୋଲି କୁହାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ହିନ୍ଦୁ ଏବଂ ଅନ୍ୟ ଜଣେ ଦଳିତ ବର୍ଗରୁ ଆସିବେ । ଏ ନେଇ ଆନୁଷ୍ଠାନିକ ଭାବେ ଖୁବଶୀଘ୍ର ଘୋଷଣା କରାଯିବା ଆଶା ରହିଛି । ପଞ୍ଜାବ ଦାୟିତ୍ୱରେ ଥିବା ଦଳର ବରିଷ୍ଠ ନେତା ହରୀଶ ରାୱତ ଏହି ସୂଚନା ଦେଇଛନ୍ତି । ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଏ ନେଇ ଘୋଷଣା ହେବ । ଦଳର ନିଷ୍ପତ୍ତିକୁ ଅମରିନ୍ଦର ମାନିନେବେ ବୋଲି ରାୱତ ଆଶା ପ୍ରକଟ କରିଛନ୍ତି ।




admin 