କୋଭିସିଲ୍ଡ ନେଇଥିବା ଲୋକଙ୍କୁ କାହିଁକି ତୃତୀୟ ଡୋଜ ଦରକାର ପଡ଼ିପାରେ, ନିହାତି ଜାଣନ୍ତୁ
କୋଭିସିଲ୍ଡ ନେଇଥିବା ଲୋକଙ୍କୁ କାହିଁକି ତୃତୀୟ ଡୋଜ ଦରକାର ପଡ଼ିପାରେ, ନିହାତି ଜାଣନ୍ତୁ
ନୂଆଦିଲ୍ଲୀ: କରୋନାର ଡେଲଟା ପ୍ରଜାତି ପାଇଁ ହିଁ ତୃତୀୟ ଲହର ଆସିବ ବୋଲି ଆଶଙ୍କା ଭିତରେ ଆଇସିଏମଆର ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ଡେଲଟା ପ୍ରଜାତିର ସଂକ୍ରମିତ ହେଉଛନ୍ତି । ଡେଲଟା କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଥିବା ଆଣ୍ଟିବଡ଼ିକୁ ଦୁର୍ବଳ କରିଦେଇଛି । ତେଣୁ କୋଭିସିଲ୍ଡ ଟିକା ନେଇଥିବା ଲୋକମାନଙ୍କୁ ତୃତୀୟ ଡୋଜ ଦରକାର ପଡ଼ିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ପୂର୍ବ ଭାଇରସ ତୁଳନାରେ ଡେଲଟା ଭାଇରସ କୋଭିସିଲ୍ଡ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ପ୍ରାୟ ୪.୫ ଗୁଣା ଏବଂ ଦ୍ୱିତୀୟ ଡୋଜ ନେଇଥିବା ବ୍ୟକ୍ତିଙ୍କ ଏଣ୍ଟିବଡି ପ୍ରାୟ ୩.୨ ଗୁଣା କମାଇ ନେଉଛନ୍ତି ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ଆଇସିଏମଆର ଡାକ୍ତର ସମୀରଣ ପଣ୍ଡା କହିଛନ୍ତି ଟିକାକରଣ ସଚେତନତା ଅଭିଯାନରେ ଏହି ସୂଚନା କାମ ଦେବ । ଆଇସିଏମଆର ଅଧ୍ୟୟନ ଅନୁଯାୟୀ କୋଭିଡରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି, ଭାଇରସ ସେମାନଙ୍କ ପାଇଁ ପ୍ରଥମ ଡୋଜ ଟିକା ଭାବେ କାମ ଦେଉଛି । ତେବେ ଯେଉଁମାନେ କରୋନା ସଂକ୍ରମିତ ହେବା ପରେ ୨ ଡୋଜ ଟିକା ନେଉଛନ୍ତି ସେମାନଙ୍କ ଶରୀରରେ ୩ ଗୁଣା ଅଧିକ ଆଣ୍ଟିବଡ଼ି ଉପôନ୍ନ ହେଉଛି ।




admin 