ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ : ଅଧିକ ଲୁଣ ଖାଇବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ : ଅଧିକ ଲୁଣ ଖାଇବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ : ଅଧିକ ଲୁଣ ଖାଇବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ୱରେ ଲୋକମାନେ ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଆନ୍ତି ।  ଏହା ସ୍ୱାସ୍ଥ୍ୟ ପାଇଁ ଶୁଭ ନୁହେଁ, ଯଦିଓ ଲୁଣରେ ଥିବା ସୋଡିୟମ୍ ଏବଂ କ୍ଲୋରାଇଡ୍ ଆମ ଶରୀର ପାଇଁ ଉପଯୋଗୀ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଜଣେ ଲୋକ ପ୍ରତିଦିନ ୯ରୁ ୧୨ ଗ୍ରାମ ଲୁଣ ଖାଇଥାଆନ୍ତି । ଏହି ପରିମାଣ ଆବଶ୍ୟକତା ଠାରୁ ଅଧିକ। ଏମତି ଖାଇବା ଦ୍ୱାରା ହାର୍ଟ ଆଟାକ୍, କିଡନି ଜନିତ ସମସ୍ୟା ହୋଇଥାଏ ।  କ୍ଲୋରାଇଡ୍ ପାଚନ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯେଉଁ ଲୋକମାନଙ୍କର ନିମ୍ନ ରକ୍ତଚାପ ଅଛି, ସେମାନେ ଠିକ୍ ପରିମାଣରେ ଲୁଣ ଖାଇବା ଆବଶ୍ୟକ। ଲୁଣ ବ୍ଲଡ ପ୍ରେସରକୁ ବଢ଼ାଇ ଥାଏ ।  ଅଧିକ ଲୁଣ ଖାଇବା ହୃତପିଣ୍ଡ ପାଇଁ ଭଲ ନୁହେଁ ।  ଯଦିଓ ହାଡକୁ ଶକ୍ତ ରଖିବା ଲାଗି କ୍ୟାଲସିୟମ୍ ଆବଶ୍ୟକ ହୋଇଥାଏ । କିନ୍ତୁ ଅଧିକ ଲୁଣ ଖାଇବା ଦ୍ୱାରା ଏହା ଶରୀରରୁ କ୍ୟାଲସିୟମ୍ ବାହାର କରିଦେଇଥାଏ । ଡାକ୍ତରଙ୍କ କହିବାନୁସାରେ ଯେଉଁମାନେ ଅଧିକ ଲୁଣ ଖାଇଥାନ୍ତି, ସେମାନେଙ୍କର ପେଟରେ କ୍ୟାନସର ହେବାର ସମ୍ଭାବନା ରହିଥାଏ । ତେବେ ଦୈନିକ କେତେ ଲୁଣ ଖାଇବା ଆବଶ୍ୟକ ଆସନ୍ତୁ ଜାଣିବା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ଦୈନିକ ୬ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ । ଛୁଆମାନେ ୪ ଗ୍ରାମ୍ ଲୁଣ ଖାଇବା ଉଚିତ୍ । ୧ ବର୍ଷରୁ କମ ପିଲାଙ୍କୁ ୧ ଗ୍ରାମରୁ ଅଧିକ ଲୁଣ ଦେବା ଉଚିତ୍ ନୁହେଁ । ଯଦି ଆପଣ ଏହି ମାତ୍ରାଠାରୁ ଅଧିକ ଲୁଣ ଖାଉଛନ୍ତି, ତା’ହେଲେ ଏହାର ପରିମାଣ ଯଥାଶୀଘ୍ର କମାନ୍ତୁ ।