୫ ବିଧାୟକଙ୍କ ସଭ୍ୟପଦ ରଦ୍ଦ କଲେ ପ୍ରଦୀପ ଅମାତ୍
୫ ବିଧାୟକଙ୍କ ସଭ୍ୟପଦ ରଦ୍ଦ କଲେ ପ୍ରଦୀପ ଅମାତ୍
admin
Apr 9, 2019 - 06:05
Updated: Apr 9, 2019 - 06:05
ଭୁବନେଶ୍ବର : ବିଜେଡି ଦଳ ଛାଡି ବିଜେପିରେ ଯୋଗ ଦେଇଥିବାରୁ ୫ ବିଧାୟକ ଙ୍କ ସଭ୍ୟପଦ ରଦ୍ଦ କରାଯାଇଛି । ବିଧାନସଭା ବାଚସ୍ପତି ପ୍ରଦୀପ ଅମାତ୍ ଶୁଣାଣୀ କରି ସେମାନଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତିି । ଏହି ବିଧାୟକ ମାନେ ହେଲେ ଦଶପଲ୍ଲାର ପୂର୍ଣ୍ଣ ଚନ୍ଦ୍ର ନାୟକ, ମୋହନାର ବାସନ୍ତୀ ମଲ୍ଲିକ , ଆସିକାର ଦେବରାଜ ମହାନ୍ତି , ନୀଳଗିରିର ସୁକାନ୍ତ ନାୟକ ଏବଂ ଗୁଣୁପୁରର ତ୍ରିନାଥ ଗମାଙ୍ଗ ।
ଶାସକ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଗଣମାଧ୍ୟମରେ ସମ୍ପୃକ୍ତ ବିଧାୟକମାନେ ଦଳ ଛାଡିଥିବା ନେଇ ସମ୍ବାଦ ପରିବେଶଣ କରାଯାଇଥିଲା । ଦଳ ବଦଳ ଆଇନ୍ ଅନୁସାରେ ସେମାନଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଦାବି ଜଣାଇଥିଲେ । ଏହି ଦାବିକୁ ବିଚାରକୁ ନେଇ ବାଚସ୍ପତି ଗତ ୬ ତାରିଖରେ ଶୁଣାଣୀ ପାଇଁ ହାଜର ହେବାକୁ ସେମାନଙ୍କୁ ନୋଟିସ୍ କରିଥିଲେ । ମାତ୍ର ସେମାନେ ହାଜର ହୋଇନଥିଲେ । ହାଜର ନହେବାରୁ ତାଙ୍କ ସଭ୍ୟପଦ ରଦ୍ଦ କରାଗଲା । ୬ ତାରିଖ ଠାରୁ ହିଁ ସେମାନଙ୍କୁ ଦରମା ମିଳିବ ନାହିଁ ।
ଅପରପକ୍ଷରେ ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ଅଭିଯୋଗ ଉପରେ କାଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିରୋଧୀ ଦଳ ମୁଖ୍ୟ ସଚେତକ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ । ତାଙ୍କୁ ବିଧାନସଭା ସଚିବାଳୟ ପକ୍ଷରୁ ନୋଟିସ୍ ଜାରୀ କରାଯାଇଛି । ବ୍ୟକ୍ତିଗତ ଶୁଣାଣୀ ପାଇଁ ଆସନ୍ତା ୨୦ ତାରିଖରେ ହାଜର ହେବା ପାଇଁ ନୋଟିସ୍ ଜାରୀ ହୋଇଛି । ଶ୍ରୀ ବେହେରା କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ ।
ସୂଚନାଯୋଗ୍ୟ ଯେ ମଇ ୨୩ ତାରିଖରେ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ ।