ଅଭିଷେକ ବାନାର୍ଜୀଙ୍କ ସଢ଼ୁଙ୍କୁ ସିବିଆଇ ସମନ

ଅଭିଷେକ ବାନାର୍ଜୀଙ୍କ ସଢ଼ୁଙ୍କୁ ସିବିଆଇ ସମନ

ଅଭିଷେକ ବାନାର୍ଜୀଙ୍କ ସଢ଼ୁଙ୍କୁ ସିବିଆଇ ସମନ
ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ସଢ଼ୁ ଅଙ୍କୁଶ ଅରୋରାଙ୍କୁ ସିବିଆଇ ଶୁକ୍ରବାର ସମନ ଜାରି କରିଛି । ସେଥିରେ ତାଙ୍କୁ ଆଗାମୀ ୧୫ ତାରିଖରେ ସିବିଆଇ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି । ଅଙ୍କୁଶ ହେଉଛନ୍ତି ଅଭିଷେକଙ୍କ ଶାଳୀ ମେନକା ଗମ୍ଭୀରଙ୍କ ସ୍ୱାମୀ । ଅଙ୍କୁଶଙ୍କ ସହ ତାଙ୍କ ବାପା ପୱନ ଅରୋରାଙ୍କୁ ମଧ୍ୟ ହାଜର ହେବାକୁ ସମନରେ କୁହାଯାଇଛି । ସୂଚନା ଥାଉ କି ଗତ ବର୍ଷ ନଭେମ୍ବରରେ କୋଇଲା ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ମାନଝୀ ଓରଫ ଲାଲା ଓ ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡ (ଇସିଏଲ) ର ବରିଷ୍ଠ ଅଧିକାରୀଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଥିଲା । ଇସିଏଲର କୁନୁସ୍ତୋରିଆ ଓ କାଜୋରା ଅଞ୍ଚଳରେ ଥିବା ଖଣିରୁ ବେଆଇନ ଭାବେ କୋଇଲା ଉତ୍ତୋଳନ କରି ବିକି୍ର କରାଯାଉଥିବା ଅଭିଯୋଗର ତଦନ୍ତ ସିବିଆଇ କରୁଛି ।