କରୋନା ବେଳେ ବଢ଼ିଛି ଅପରାଧ

କରୋନା ବେଳେ ବଢ଼ିଛି ଅପରାଧ

କରୋନା ବେଳେ ବଢ଼ିଛି ଅପରାଧ
ଭୁବନେଶ୍ୱର: ରାଜ୍ୟରେ ୨୦୨୦ ମସିହାରେ ବଢ଼ିଛି ହତ୍ୟା, ବଳାକ୍ରାର, ଦଙ୍ଗା ଓ ସିନ୍ଧିଚୋରି । ୨୦୧୯ ବର୍ଷ ତୁଳନାରେ ୨୦୨୦ ରେ ୧୦.୪୫% ମାମଲା ବଢ଼ିଛି । ୨୦୧୯ ର ରାଜ୍ୟର ବିଭିନ୍ନ ଥାନାରେ ୧,୨୧,୫୨୫ ଟି ଅପରାଧିକ ମାମଲା ରୁଜୁ ହୋଇଥିଲା । ୨୦୨୦ରେ ୧,୩୪,୨୩୦ଟି ମାମଲା ରୁଜୁ ହୋଇଛି । ତେବେ ୨୦୨୦ରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି । କରୋନା ସମୟରେ ପୁଲିସର କାର୍ଯ୍ୟ ପ୍ରଶଂସନୀୟ ଥିଲା ବୋଲି ବିଧାନସଭାରେ ଉପସ୍ଥାପିତ ସ୍ୱରାଷ୍ଟ୍ର ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ୨୦୨୦ରେ ଲକଡାଉନ ଓ ସଟଡାଉନ ଯୋଗୁ ମାସ ମାସ ଧରି ଲୋକେ ଘରେ ରହିଥିଲେ । ଏହା ସତ୍ତ୍ୱେ ବଳାକ୍ରାର ହତ୍ୟା ଓ ସିନ୍ଧିଚୋରି ବଢ଼ିଥିଲା । ହେଲେ ଦୁର୍ଘଟଣା ଓ ଡକାୟତି କମିଥିବା ରିପୋର୍ଟ କହୁଛି ।