ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ:ଅଭୟ

ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ:ଅଭୟ

ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ:ଅଭୟ
ଭୁବନେଶ୍ୱର: ଜାତୀୟ ବିପତ୍ତି ପାଲଟିଛି କରୋନା । ରାଜ୍ୟରେ ପ୍ରଥମ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ପାଇଁ ବିପଦ ବଢ଼ିଛି । ଏହାକୁ ସରକାର ଗମ୍ଭୀରତାର ସହ ବିଚାର କରୁଥିବା ବେଳେ ପୁଲିସ ଡିଜି କଠୋର ହୋଇଛନ୍ତି । କରୋନା ଭାଇରସ ବ୍ୟାପିବା ପାଇଁ ଦାୟୀ ଲୋକ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ଡିଜି ଶ୍ରୀ ଅଭୟ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସାମାନ୍ୟ ଅବହେଳା ଏକ ବିରାଟ ସଂକଟ ସୃଷ୍ଟି କରିପାରେ । ଯେଉଁମାନେ ବିଦେଶ ଯାଇ ଫେରିଛନ୍ତି ବା ବିଦେଶ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଏହାକୁ ନ ଲୁଚାଇ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ନେବା ଜରୁରୀ । ଜାଣି ଜାଣି ଯଦି ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ନେଉ ନାହାନ୍ତି ତେବେ ସେମାନେ ଅପରାଧୀ । ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।