ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତା ଫାଇନାଲରେ ଭୁବନେଶ୍ୱରର ମଧୁସ୍ମିତା ଜେନା

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତା ଫାଇନାଲରେ ଭୁବନେଶ୍ୱରର ମଧୁସ୍ମିତା ଜେନା

ଭୁବନେଶ୍ୱର: ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଅନ୍ତିମ ପର୍ଯ୍ୟାୟ (ଫାଇନାଲ) ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଆ ବୋହୂ । ଅକ୍ଟୋବରରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତା (ହଟ ମଣ୍ଡେ ମିସେସ ଇଣ୍ଡିଆ ୱାଲ୍ଡୱାଇଡ-୨୦୨୧) ଭାଗ ନେବେ ଭୁବନେଶ୍ୱରର ମଧୁସ୍ମିତା ଜେନା । ଓଡ଼ିଶାରୁ ସେ ପ୍ରତିନିଧିତ୍ୱ କରୁଥିବା ବେଳେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଏ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିଛି । ଭୁବନେଶ୍ୱରରେ ଏହି ପ୍ରତିଯୋଗିତା ନିମନ୍ତେ ଏକ ସାମର୍ଥ୍ୟ ପରୀକ୍ଷା (ଅଡିସନ) ହୋଇଥିଲା । ଏଥିରେ ପ୍ରାୟ ୨୭ ରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇ ମଧୁସ୍ମିତା ଅନ୍ତିମ ପର୍ଯ୍ୟାୟରେ ସ୍ଥାନ ଅକ୍ତିଆର କରିଛନ୍ତି । ଏହି ପର୍ଯ୍ୟାୟରେ ସେ ଟାଇଟଲ ହାତେଇବାକୁ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି । ବିବାହ ପରେ ସ୍ୱାମୀ ଏବଂ ପରିବାର ପକ୍ଷରୁ ତାଙ୍କୁ ସମସ୍ତ ସହଯୋଗ ମିଳିଥିଲା । ସେ ଇଞ୍ଜିନିୟରିଂ ସାରିବା ପରେ କଷ୍ଟୁ୍ୟମ ଡଜାଇନର ଭାବେ କାର୍ଯ୍ୟ କରୁଥିବା ବେଳେ ଫ୍ୟାଶନ ଡିଜାଇନର ରାମକି୍ରଷ୍ଣ ପଟ୍ଟନାୟକଙ୍କ ସହ ତାଙ୍କର ଦେଖାହୋଇଥିଲା । ଶ୍ରୀ ରାମକି୍ରଷ୍ଣ ତାଙ୍କୁ ଏ ଦିଗରେ ଯିବାକୁ ପରାମର୍ଶ ଦେଇଥିଲେ ।