ଦେଶରେ ମାଗଣା ଟିକାକରଣ ଅଭିଯାନ ଚାଲୁ ରହିବ : ପ୍ରଧାନମନ୍ତ୍ରୀ

ଦେଶରେ ମାଗଣା ଟିକାକରଣ ଅଭିଯାନ ଚାଲୁ ରହିବ : ପ୍ରଧାନମନ୍ତ୍ରୀ

ଦେଶରେ ମାଗଣା ଟିକାକରଣ ଅଭିଯାନ ଚାଲୁ ରହିବ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ ଏହାରି ଭିତରେ ଦେଶରେ ମାଗଣା ଟିକାକରଣ ଅଭିଯାନ ଚାଲୁ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏଥିସହ ଟିକାକୁ ନେଇ କୌଣସି ଗୁଜବ ଉପରେ ବିଶ୍ୱାସ ନକରିବାକୁ ମୋଦୀ କହିଛନ୍ତି । ଆଜି ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ମୋଦୀ ଏହା କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, କରୋନା ସମସ୍ତଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଛି । ଅନେକ ନିଜ ପରିଜନଙ୍କୁ ଅସମୟରେ ହରାଇଛନ୍ତି । କରୋନାର ଦ୍ୱିତୀୟ ଲହର ପୁରା ଦେଶକୁ ଦୋହଲାଇ ଦେଇଛି । ପ୍ରଥମ ଲହରକୁ ଆମେ ସଫଳତାର ସହ ମୁକାବିଲା କରିଥିଲେ । ଏବେ ଦ୍ୱିତୀୟ ଲହର ବିପକ୍ଷରେ ଆମ ଲଢେଇ ଜାରି ରହିଛି । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ସମସ୍ତେ ଲଢେଇରେ ସାମିଲ ଅଛନ୍ତି । ଦେଶରେ ମାଗଣା ଟିକାକରଣ ଅଭିଯାନ ଚାଲୁ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେହିପରି ସେ କହିଛନ୍ତି ଯେ, ସାମ୍ପ୍ରତିକ କୋଭିଡ୍‌ ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟ ସରକାରମାନଙ୍କ ଉଦ୍ୟମକୁ ଆଗେଇ ନେବା ନିମନ୍ତେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ନିକଟକୁ ମାଗଣାରେ ଟିକା ପଠାଇଛନ୍ତି ବୋଲି ଆପଣମାନେ ଜାଣିଥିବେ। ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଏଥିରେ ଉପକୃତ ହୋଇପାରିବେ। ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ପାଇଁ ଟିକା ମିଳିବ। ନିଜ ନିଜର କର୍ମଚାରୀମାନଙ୍କୁ ଟିକା ଦେଇ ଦେଶର କର୍ପୋରେଟ୍‌ ସେକ୍ଟର୍‌ ମଧ୍ୟ ଟିକାକରଣ ଅଭିଯାନରେ ଅଂଶଗ୍ରହଣ କରିପାରିବ। ଭବିଷ୍ୟତରେ ମଧ୍ୟ ଭାରତ ସରକାରଙ୍କର ମାଗଣା ଟିକାକରଣ କାର୍ୟ୍ୟକ୍ରମ ଚାଲୁ ରହିବ। ଏହି ମୁକ୍ତ ଟିକାକରଣର ଫାଇଦା ଯଥା ସମ୍ଭବ ଅଧିକ ଲୋକେ ପାଆନ୍ତୁ ବୋଲି ସୁନିଶ୍ଚିତ ହେବାକୁ ରାଜ୍ୟମାନଙ୍କୁ ମୋର ଅନୁରୋଧ। ରାଜ୍ୟମାନଙ୍କୁ ସହାୟତା କରିବା ଲାଗି କେନ୍ଦ୍ର ସମସ୍ତ ଶକ୍ତି ଉପଯୋଗ କରୁଛି। କୋଭିଡ୍‌-୧୯ ଯୁଦ୍ଧରେ ଆମ୍ବୁଲାନ୍‌ସ୍‌ ଚାଳକମାନଙ୍କର ଅବଦାନ ବିପୁଳ। ସେମାନଙ୍କ ପ୍ରତି ମ‌ୋର କୃତଜ୍ଞତା ଜ୍ଞାପନ କରୁଛି। କୋଭିଡ୍‌କୁ ପରାଜିତ କରିବା ଲାଗି ଆମେ ବିଶେଷଜ୍ଞ ଏବଂ ବୈଜ୍ଞାନିକ ଉପଦେଶ ଉପରେ ଗୁରୁତ୍ବାରୋପ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।