ଅଜଣା ଗାଡ଼ି ଧକ୍କାରେ ୨ ମୃତ

ଅଜଣା ଗାଡ଼ି ଧକ୍କାରେ ୨ ମୃତ

ଅଜଣା ଗାଡ଼ି ଧକ୍କାରେ ୨ ମୃତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ପିଚୁଡି ଗାଁରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଯାଇଛି।   ମୃତ ଯୁବକ ଦ୍ବୟ ପିଚୁଡି ଓ ଉକାପାଡୁ ଗ୍ରାମର ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାନୁଯାୟୀ, କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ପିଚୁଡି ଗାଁରେ ଏକ ଅଜଣା ଗାଡ଼ି ୨ ଜଣ ଯୁବକଙ୍କୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ପିଚୁଡି ଓ ଉକାପାଡୁ ଗ୍ରାମର ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିଲେ। ତେବେ କୁମ୍ଭିକୋଟା ଫାଣ୍ଡି ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି।