ଆଜି ଜିରୋ ସ୍ୟାଡୋ ଡେ’, ୧୧ଟା ୪୩ରେ ହଜି ଯିବ ନିଜ ଛାଇ

ଆଜି ଜିରୋ ସ୍ୟାଡୋ ଡେ’, ୧୧ଟା ୪୩ରେ ହଜି ଯିବ ନିଜ ଛାଇ

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ଜିରୋ ସ୍ୟାଡୋ ଡେ’। ଉଭେଇଯିବ ଛାଇ । ଠିକ୍‌ ଦିନ ୧୧ଟା ୪୩ ମିନିଟ୍‌ରେ ହଜି ଯିବ ନିଜ ଛାଇ । ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ ବର୍ଷର ୩୬୫ ଦିନ ମଧ୍ୟରୁ ଏଭଳି ଦୁଇ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍‌ ମୁଣ୍ଡ ଉପରେ ରହିବ । ସେହି ସମୟରେ ଆମ ନିଜ ଛାଇ ଆଉ ଦେଖାଯିବ ନାହିଁ । ସୂର୍ଯ୍ୟ ମୁଣ୍ଡ ଉପରେ ଥିବା ସମୟରେ କର୍କଟ କ୍ରାନ୍ତି ଏବଂ ମକର କ୍ରାନ୍ତି ଅଞ୍ଚଳରେ ଛାଇ ପଡ଼ି ନଥାଏ । ଅଜି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଶୂନ୍ୟ ଛାୟା ଦିବସର ଅନୁଭୂତି ନେବା ପାଇଁ ବ୍ୟବସ୍ଥା କରାଯାଇଛି ।