ନାରୀନେତ୍ରୀଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି କି ନେତା ମାନୁ ନାହାନ୍ତି

ଦିନ ଥିଲା ନବୀନଙ୍କ ତାଗିଦରେ ଥରହର ହେଉଥିଲା ବିଜେଡି । ତାଙ୍କ ନାଲି ଆଖି, ଗୋଟିଏ ବାକ୍ୟରେ ନିଷ୍ପତି ଓ ବ୍ୟକ୍ତିତ୍ୱକୁ ସମସ୍ତେ ସମ୍ବିଧାନର ଧାରା ଭଳି ଗ୍ରହଣ କରୁଥିଲେ । ଭିଡ ଠୁ ଦୁରରେ ରହି ନିଜର ପ୍ରତିଷ୍ଠା, ସମ୍ମାନ ଆଉ ଇଜ୍ଜତ ବଢାଇଥିଲେ । କିନ୍ତ ସାଧାରଣ ନିର୍ବାଚନ ବିପର୍ଯ୍ୟୟ ପର ଠୁ ସତେ ଯେମିତି ବିଜେଡି ଲଗାମଛଡ଼ା ହୋଇପଡ଼ିଛି । ତୀବ୍ର ହେବାରେ ଲାଗିଛି ଦଳରେ ଗୋଷ୍ଠୀକନ୍ଦଳ û କେଉଁଠି ମତାନ୍ତର, କେଉଁଠି ମନାନ୍ତର ଆଉ କେଉଁଠି ଭାଗ ଭାଗ ହେଉଛି ଆଂଚଳିକ ସଂଗଠନ । କେବଳ ସେତିକି ନୁହେଁ, ଶଙ୍ଖ ଭବନରେ ନବୀନଙ୍କ ଉପସ୍ଥିତିରେ ମହିଳାନେତ୍ରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି । ଆଉ ନବୀନ ଅସହାୟ ହୋଇ ଏ ସବୁ ଦେଖୁଛନ୍ତି , କିନ୍ତୁ କିଛି କରି ପାରୁ ନାହାନ୍ତି । ଯାହାକୁ ତାଗିଦ୍ କରୁଛନ୍ତି ସେମାନେ ନବୀନଙ୍କୁ ଖାତିର କରୁ ନାହାନ୍ତି ।
ଆଉ ନବୀନ ପଟ୍ଟନାୟକ ସବୁଜାଣି ମଧ୍ୟ କେମିତି ଚୁପ୍ ହୋଇ ବସି ପାରୁଛନ୍ତି ତାହା ବଡ ପ୍ରଶ୍ନ । ବିଜେଡିରେ ଏବେ କିଛି ବି ନବୀନଙ୍କ ନିୟନ୍ତ୍ରଣରେ ନ ଥିବା ସ୍ପଷ୍ଟ ଜଣା ପଡୁଛି । ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପ୍ରତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଦୁର୍ବ୍ୟବହାର କରିବା ଘଟଣା ପ୍ରଶମିତ ହୋଇ ନାହିଁ । ସେପଟେ କଂଗ୍ରେସର ପୂର୍ବତନ ନେତା ସୁର ରାଉତରାୟ ନିଜ ସୀମା ସରହଦ୍ ଅତିକ୍ରମ କରି ଶ୍ରୀମୟୀଙ୍କୁ ଅତ୍ୟନ୍ତ ଖରାପ ଭାଷାରେ ଗାଳି ଗୁଲଜ କରିଛନ୍ତି । ନିଜ ପୁଅ ତଥା ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତଙ୍କ ପାଇଁ ଓକିଲାତି କରି ଶ୍ରୀମୟୀଙ୍କୁ ଶୁର୍ପଣଖା କହିବାକୁ ପଛାଇ ନାହାନ୍ତି ।
ତାଙ୍କର ଏପରି ବୟାନକୁ ବୁଦ୍ଧୀଜିବି ନାପସନ୍ଦ କରିବା ସହ ସମାଲୋଚନା କରିଛନ୍ତି । ସୁରଙ୍କ ଭଳି ଜଣେ ବରିଷ୍ଠ ନେତା ଜଣେ ନାରୀକୁ ଏପରି ଅପଭାଷା ଲଗାଇ ଗାଳି କରିବା ଓ ଶୁର୍ପଣଖା ଚରିତ୍ର ସହ ତୁଳନା କରିବା ଅଭଦ୍ରାମୀ ବୋଲି କହିଛନ୍ତି । ଏଥି ପାଇଁ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବା ଉଚିତ୍ ବୋଲି ଅନେକ ମତ ରଖିଛନ୍ତି । ହେଲେ ଶ୍ରୀମୟୀଙ୍କ ନିଜ ଦଳ ବିଜେଡି ଓ ଦଳ ସୁପ୍ରିମୋ ଏହି ଘଟଣାରେ ଚୁପ୍ । ମହିଳାଙ୍କ ସୁରକ୍ଷା ଓ ସ୍ୱାର୍ଥରକ୍ଷାର ଡିଣ୍ଡିମ ପିଟୁଥିବା ବିଜେଡି, ଏବେ ନିଜ ଦଳର ନେତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି û ଏପରିକି ଦଳ ଦୀର୍ଘ ୨୪ବର୍ଷ ଧରି ମହିଳାଙ୍କ ସମ୍ମାନ ଓ ସ୍ୱାର୍ଥ କଥା କହି ଯେଉଁ ରାଜନୀତି କରୁଥିଲା ସେ ଆଜି ନିରବ ।
ଏପଟେ ଶ୍ରୀମୟୀ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଲଢ଼େଇ ନିଜେ ଜାରି ରଖିଛନ୍ତି । “ଆଜି ରାମ ଓ ଶୁର୍ପଣଖା କଥା ଉଠିଲାଣି । କାଲି ରାବଣ, ସୀତାଙ୍କୁ ବି ଅପହରଣ କରିପାରେ । ଯଦି କିଛି କ୍ଷତି ହୁଏ, ତେବେ ଧମକ ଦେଉଥିବା ଲୋକେ ଦାୟୀ ରହିବେ । ନାରୀ ଏବେ କେତେ ସୁରକ୍ଷିତ ବୋଲି ସେ ପ୍ରଶ୍ନ କରିଛନ୍ତି । ନିରବ ଏପରି ପରିସ୍ଥିତିରେ ଶ୍ରୀମୟୀଙ୍କ ପାଇଁ, ନବୀନ , ବିଜେଡି, ମୁଖପାତ୍ର, ସାଥୀ, ସହ ଯୋଗୀ ଚୁପ୍ ରହିବା ସମସ୍ତଙ୍କୁ ଚକିତ କରିଛି । ଆଉ ନବୀନଙ୍କ ନିର୍ଦ୍ଦେଶକୁ କେହି ନ ମାନିବା ତା ଠାରୁ ଆହୁରି ବଡ ଆଶ୍ଚ ଯ୍ୟ । ଏଥିରେ ନବୀନଙ୍କ ଅସହାୟତା ସ୍ପଷ୍ଟ ଜଣା ପଡୁଛି ।