କହିଥିଲେ ଚିକେନ୍ ରୋଷେଇ କରି ରଖୁଛି, ଆସିଲେ ଖାଇବା

କହିଥିଲେ ଚିକେନ୍ ରୋଷେଇ କରି ରଖୁଛି, ଆସିଲେ ଖାଇବା

ଘର ବାହାରେ ତାଲା, ଆଉ ଘର ଭିତରେ ତଣ୍ଟି କଟା ଝିଅ । ଚଟାଣ ସାରା ରକ୍ତ ଆଉ ରକ୍ତ । ବାପା ଦେଖିବ ତ କେମିତି ଦେଖିବ , ମା ସହିବ ତ କେତେ ବା ସହିବ । ଯେଉଁ ଝିଅ ଘରେ ବାପାମା ଓ ସାନ ଭଉଣୀ ପାଇଁ ଚିକେନ୍ ଭାତ ରୋଷେଇ କରିବ ବୋଲି କହିଥିଲା, ସେହି ଝିଅ ଯେ ଆଉ ନାହିଁ, ତାକୁ ବିଶ୍ୱାସ କରି ପାରୁ ନାହାନ୍ତି ଗରିବ ବାପା ମା ଆଉ ପରୀ କ୍ଷା ଦେଇ କଲେଜରୁ ଫେରି ଥିବା ସାନ ଭଉଣୀ । ଏଇ ତ ଘଣ୍ଟାଏ ଆଗରୁ ଫୋନ୍ କରିଥିଲା, ବୋଉ ଘର ପାଇଁ ଚାଉଳ ଆଣି ଦେଇଛି, ପଇସା ଦେ ଚିକେନ୍ ଆଣି ଦେବି । ବାପା ଆସିଲେ ଚିକେନ୍ ଭାତ ଖାଇବେ । ସାନ ବି ପରୀକ୍ଷାରୁ ଫେରିଲେ ପେଟ ପୁରା ଖାଇ ଦେବ । ହେଲେ କିଏ ଜାଣି ଥିଲା ସେହି ଫୋନ୍ କଲ୍ ତା ଜୀବନର ଶେଷ କଲ୍ ହେବ । କିଛି ଏମିତି ଲୋମ ଟାଙ୍କୁରା ଓ ଦଃୁଖଦ ହତ୍ୟାକାଣ୍ଡ ଘଟି ଯାଇଛି କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ପବିତ୍ର ବରାଳ ଲଜ ଗଳିରେ । କେହି ଜଣେ ମନୋରମାଙ୍କ ଗଳାକୁ ଅତି ନିର୍ମମ ଭାବେ କାଟି ହତ୍ୟା କରିଛି, ତାଙ୍କ ଘର ଭିତରେ । 

ମୃତ ମନୋରମାଙ୍କ ବାପା ରବୀନ୍ଦ୍ର ବେହେରା ଓ ମା ସ୍ଥାନୀୟ ଲାବଣ୍ୟ ଛକରେ ଛତୁ ବିକ୍ରି କରି ପରିବାର ପୋଷନ୍ତି । ସାନ ଭଉଣୀ ପ୍ଲସ୍ ଥ୍ରୀ ଫାଇନାଲ୍ ଇଅର । ଦିନ ୧୧ଟାରେ ଘର ପାଇଁ ଚାଉଳ ନେଇ ଫେରିଥିଲେ ମନୋରମା । ମାଙ୍କୁ କହିଲେ କହିଲେ ପଇସା ଦେଲେ ଚିକେନ ଆଣିବି, ରୋଷେଇ କରିଦେବି, ସମସ୍ତେ ଖାଇବା । ମା ଦୋକାନରୁ ଆସି ଟଙ୍କା ଦେଇ ଚାଲି ଯାଇଥିଲେ । ଦ୍ୱିପ୍ରହରରେ ପରୀ କ୍ଷା ଦେଇ ସାନ ଭଉଣୀ ଫେରେ ତ, ଘରେ ତାଲା ପଡିଥିବାର ଦେଖିବାକୁ ପାଇଥିଲା । ଯେତେ ଫୋନ କଲେ ବି ବଡ ଉଠାଇ ନ ଥିଲା । ଏହା ପରେ ବାପାମାଙ୍କୁ କହିବା ସହ ପାଖ ପଡିଶାରେ ବି ଜଣାଇଥିଲା । ସମସ୍ତେ ଆସି କବାଟ ତାଲା ଭାଙ୍ଗି ଘରକୁ ପଶି ଦେଖନ୍ତି ତ ମନୋରମାର ମୃତ ଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ରୋଷେଇ ଘର ଚଟାଣରେ । 

 ତେବେ କିଏ ହତ୍ୟା କରିଲା ମନୋରମାଙ୍କୁ । ଘରେ ଚିକେନ ତରକାରୀ ପାଇଁ ମସଲା ବଟା ସରିଥିଲା, ଆଳୁ ବି କଟା ସରିଥିଲା, ରୋଷେଇ କରିବା ଆଗରୁ କି ଘରେ ପଶି ମନୋରମାଙ୍କ ଗଳା କାଟି ଦେଲା, ଆଉ ତା ପରେ କବାଟରେ ତାଲା ପକାଇ ଫେରାର ହୋଇଗଲା । କି ଶତ୍ରୁତା ଥିଲା ମନୋରମାଙ୍କ ସହ ଘରୁ କୌଣସି ସାମଗ୍ରୀ ଚୋରି ବି ହୋଇନି, ତାହାଲେ ହତ୍ୟା କରିବାର ଉଦ୍ଦେଶ୍ୟ କଣ ଥାଇ ପାରେ । ଏ ସବୁ ଦିଗରୁ ତଦନ୍ତ କରୁଛି ପୋଲିସ । 

ଏହା ସହ ଘର ପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରିଛି । ସିସିଟିଭିରୁ ଜଣା ପଡିବ ତକିଏ ଓ କାହିଁକି ମନୋରମାଙ୍କୁ ହତ୍ୟା କରିଛି ।