କେନ୍ଦୁଝରରେ ଥିବା କ୍ରୀଡାବିତଙ୍କ ବିକାଶ ପାଇଁ ଲକ୍ଷ୍ୟ ରଖିଛନ୍ତି ମୋହନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜ ଜିଲ୍ଲାରେ ନିର୍ମାଣ କରିବେ ଏକ ବିଶ୍ୱ ସ୍ତରୀୟ କ୍ରୀଡା ଷ୍ଟାଡିୟମ । ଜିଲ୍ଲାରେ ଥିବା କ୍ରୀଡାବିତମାନଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି ଷ୍ଟାଡିୟମ୍ ନିର୍ମାଣ ହେବ । ଏଥି ପାଇଁ କ୍ରୀଡାମନ୍ତ୍ରୀ ସୁରଜ ସୂଯ୍ୟବଂଶୀ ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତ କରି ଷ୍ଟାଡିୟମ ନିର୍ମାଣ ସ୍ଥଳ ପରିଦର୍ଶନ କରିଛନ୍ତି । ସ୍ଥାନୀୟ ସଦର ବ୍ଲକ୍ ରାଙ୍କିଠାରେ ପ୍ରସ୍ତାବିତ ଷ୍ଟାଡିୟମର ପ୍ଲାନ୍ ଅନୁଧ୍ୟାନ କରିଛନ୍ତି । ଜିଲ୍ଲାରେ ଥିବା ଉଦୀୟମାନ କ୍ରୀଡାବିତ୍ମାନଙ୍କୁ ଆନୁଷଙ୍ଗିକ ବ୍ୟବସ୍ଥା ସହ ଏକ ସ୍ପୋର୍ଟସ୍ କମ୍ପେକ୍ସ ପ୍ରଦାନ କରିବା ସହ ଜିଲ୍ଲାର କ୍ରୀଡାବିତମାନେ କିପରି ଜାତୀୟ,ଆନ୍ତର୍ଜାତୀୟ ସ୍ତରରେ ନାଁ କମାଇ ପାରିବେ ତାହା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି । କେନ୍ଦୁଝର ଜିଲ୍ଲା ଖଣିଜ ସଂପଦ ଓ ପ୍ରାକୃତିକ ପରିବେଶରେ ଭରପୁର ଥିଲେ ମଧ୍ୟ ଏଠାରେ ଏକ ଷ୍ଟାଡିୟମ୍ ନାହିଁ , ଫଳରେ ସ୍ଥାନୀୟ କ୍ରୀଡାବିତ୍ ପ୍ରାକ୍ଟିସ କରି ପାରୁ ନାହାନ୍ତି । ଏଠାରେ ଷ୍ଟାଡିୟମ ନି୍ର୍ମାଣ ହେଲେ ଖେଳାଳୀ ଉପକୃତ ହେବେ । କେନ୍ଦୁଝର, ସଂଗ୍ରାମ କେଶରୀ ମିଶ୍ର ।