ଅଭିଶପ୍ତ ରେଳ ଷ୍ଟେସନ ଏବେ ରାଜକୀୟ ହୋଟେଲ
ଫ୍ରାନ୍ସ : ଗୁପ୍ତଚର ବୃତି, ଚୋରା ଚାଲାଣ , ପୋଲିସ ଗୁଳିରୁ ଆରମ୍ଭ କରି ନାଜ୍ଜ୍ମାନଙ୍କ ନାଉରୁ ରକ୍ଷା କରିବା ଉଦେ୍ଧଶ୍ୟରେ ହଜାର ହଜାର ଇହୁଦିଙ୍କ ଦେଶତ୍ୟାଗ ...ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବହୁ ଘଟଣାବଳୀର ମୂକସାକ୍ଷୀ ଥିଲା କାନଫ୍ରାଙ୍କ ଆନ୍ତର୍ଜାତିକ ରେଳଷ୍ଟେସନ । ଅତୀତରେ ଅଭିଶପ୍ତ ବୋଲି ଯାହାର ପରିଚୟ ଥିଲା । ଏବେ କିନ୍ତୁ ଏହି ଷ୍ଟେସନର ଅସ୍ତିତ୍ୱ ନାହିଁ । ୪୩ ବର୍ଷ ଧରି ବନ୍ଦ ପଡ଼ିଲା ପରେ ତାହା ଏବେ ଲକ୍ସରି ହୋଟେଲର ରୂପ ନେଇଛି ।
୧୯୨୮ ମସିହାରେ କାନଫ୍ରାଙ୍କ ଷ୍ଟେସନରେ ଆନୁଷ୍ଠାନିକ ଉଦ୍ବୋଧନ ହୋଇଥିଲା । ସେହି ସମୟରେ ଉପସ୍ଥିତ ଥିଲେ ତକ୍ରାଳୀନ ସ୍ପେନର ସମ୍ରାଟ ସପ୍ତମ ଫର୍ନିନାନ୍ଦ ଏବଂ ଫରାସି ପ୍ରଜାତନ୍ତ୍ରର ରାଷ୍ଟ୍ରପତି ଗ୍ୟାସ୍ତୋଁ ଦୁମ୍ୟାଗ । ଷ୍ଟେସନଟି ଫ୍ରାନ୍ସ ସୀମାକୁ ଲାଗି କରି ରହିଥିଲା । ତେଣୁ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ଏହି ଅବସରରେ ଯୋଗ ଦେଇଥିଲେ । ଦଶନ୍ଧି ପରେ ଦଶନ୍ଧି ବନ୍ଦ ରହିବାପରେ କାନଫ୍ରାଙ୍କର ରୂପ ପରିବର୍ତନର ଚେଷ୍ଟା ଆରମ୍ଭ କରିଥିଲେ ସ୍ପେନରେ ବାର୍ସେଲା ହୋଟେଲ ଗ୍ରୁପ । ଅବଶ୍ୟ ସେଥିରେ କାନଫ୍ରାଙ୍କ ପ୍ରଶାସନ ମଧ୍ୟ ସହଯୋଗ କରିଥିଲେ ।
ରୂପାନ୍ତରିତ ଚେହେରା ଦେଖି ସ୍ଥାନୀୟ ଲୋକେ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଥିଲା । ଏହା କେବଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁନି ବରଂ ଐତିହାସିକମାନଙ୍କ ପାଦ ପଡ଼ୁଛି ଏହି ମାଟିରେ । ସତୁରୀ ଦଶକରେ ପ୍ରାୟ ଧ୍ୱଂସାବଶେଷରେ ପରିଣତ ହୋଇଥିଲେ ମଧ୍ୟ କାମଫ୍ରାଙ୍କ ସୈାନ୍ଦର୍ଯ୍ୟ ଉପରୁ ନଜର ହଟୁନଥିଲା । କାନଫ୍ରାଙ୍କର ରୂପର ଯାଦୁରେ ଫଟୋଗ୍ରାଫରଙ୍କ ଭିଡ଼ ଲାଗି ରହୁଥିଲା । ଅନେକଙ୍କ ମତରେ କାନଫ୍ରାଙ୍କ ପରିତ୍ୟକ୍ତ ଚେହେରା ହିଁ କାଳେ ତାକୁ ଅଧିକ ଲାସ୍ୟମୟୀ କରି ତୋଳିଥିଲା । ତେବେ ବର୍ତମାନର ଅଭିଜାତ କାନଫ୍ରାଙ୍କକୁ ଚିହିଁବା କଷ୍ଟ । ୪ଟି ସୁଟ୍ ସମେତ ୧୦୦ଟି ଘର । ସାଙ୍ଗରେ ରହିଛି ସ୍ୱିମିଂ ପୁଲ, ୱେଲନେସ ଏରିଆ ଏବଂ ୩ଟି ରେସ୍ତୋରାଁ ।