ଅରବାବ ଖିଜର ହୟାତ ଖୋଜୁଛନ୍ତି ହେଭିୱେଟ ପତ୍ନୀ

ଅରବାବ ଖିଜର ହୟାତ ଖୋଜୁଛନ୍ତି ହେଭିୱେଟ ପତ୍ନୀ

ଅରବାବ ଖିଜର ହୟାତ ଖୋଜୁଛନ୍ତି ହେଭିୱେଟ ପତ୍ନୀ
ପାକିସ୍ତାନର ସବୁଠୁ ଓଜନଦାର ଭାରୋତ୍ତୋଳନକାରୀ ୨୭ ବର୍ଷୀୟ ଅରବାବ ଖିଜର ହୟାତ ଏବେ ନିଜ ପାଇଁ ଜଣେ ହେଭିୱେଟ୍ ପତ୍ନୀ ଖୋଜୁଛନ୍ତି । ଏବେ ସୁଦ୍ଧା ୩୦୦ ଝିଅଙ୍କୁ ସେ ପ୍ରତ୍ୟାଖ୍ୟାନ କରିସାରିଲେଣି । ହୟାତଙ୍କ କହିବାନୁସାରେ ଆଶୟୀ ଝିଅମାନେ ତାଙ୍କଠାରୁ ବହୁତ ଛୋଟ ଥିଲେ । ୪୪୪ କିଲୋ ଓଜନ ବିଶିଷ୍ଟ ହୟାତଙ୍କ ଉଚ୍ଚତା ୬ ଫୁଟ ୬ ଇଞ୍ଚ । ତେଣୁ ୬ ଫୁଟ ୪ ଇଞ୍ଚର ଜୀବନସାଥୀ ହେଲେ, ଉଭୟଙ୍କ ମ୍ୟାଚିଂ ପରଫେକ୍ଟ ହେବ ବୋଲି ହୟାତ କହିଛନ୍ତି । ତାଙ୍କ ପାଇଁ ଦିନକୁ ୧୦ ହଜାର କ୍ୟାଲୋରୀଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିପାରୁଥିବା ଜଣେ ଭଲ ରାନ୍ଧୁଣୀଙ୍କ ଅନ୍ୱେଷଣରେ ସେ ଅଛନ୍ତି । ହୟାତ ପ୍ରତିଦିନ ସକାଳେ ୩୬ଟି ଅଣ୍ଡା ଖାଆନ୍ତି । ଦିନ ତମାମ ୩ କିଲୋ ମାଂସ ଏବଂ ଭାତ ଓ ରୁଟି ସହିିତ ୫ ଲିଟର କ୍ଷୀର ପିଅନ୍ତି । ଏତେ ମାତ୍ରାରେ ଖାଦ୍ୟ ଖାଇବା ସତ୍ତ୍ୱେ ସେ ଫିଟ୍ ଅଛନ୍ତି ଏବଂ ନିଜ ଓଜନକୁ ନେଇ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଅଛନ୍ତି ବୋଲି ସେ କହିଛନ୍ତି । ତାଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ନାହିଁ । ଏହାର କାରଣ ସେ ନିୟମିତ ବ୍ୟାୟାମ କରୁଛନ୍ତି । ବିଶ୍ୱର ସବୁଠୁ ବଳିଷ୍ଠ ବ୍ୟକ୍ତିର ଟାଇଟଲ ହାସଲ କରିବାକୁ ସେ ମାତ୍ରାଧିକ ଖାଉଛନ୍ତି । ଭାରୋତ୍ତୋଳନ ଓ ଷ୍ଟ୍ରଙ୍ଗମ୍ୟାନ ଚାମ୍ପିୟନ ସିପ କ୍ଷେତ୍ରରେ ପାଦ ଥାପିବାକୁ ନିଷ୍ପତ୍ତି ନେଇ ପିଲାଦିନେ ହୟାତ ଓଜନ ବଢ଼ାଇବା ଆରମ୍ଭ କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ବିଶ୍ୱର ସବୁଠୁ ବଳିଷ୍ଠ ବ୍ୟକ୍ତି ବୋଲି ସମ୍ବୋଧନ କରୁଛନ୍ତି । ପାକିସ୍ତାନରେ ସେ କୌଣସି ସେଲିବି୍ରଟିଙ୍କ ଠାରୁ କମ୍ ନୁହନ୍ତି । ତାଙ୍କୁ ଦେଖିବାକୁ ଓ ତାଙ୍କ ସହ ସେଲଫି ନେବାକୁ ପ୍ରତିଦିନ ହୟାତଙ୍କ ଘର ସାମ୍ନାରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି ।