ବିଜେଡିକୁ ଭୋଟ ଦେଇଚ ଏବେ ତଣ୍ଟିଆ ଖାଅ

ବିଜେଡିକୁ ଭୋଟ ଦେଇଚ ଏବେ ତଣ୍ଟିଆ ଖାଅ

ବିଜେଡିକୁ ଭୋଟ ଦେଇଚ ଏବେ ତଣ୍ଟିଆ ଖାଅ
ବଡଚଣା – ବିଜେଡି ତଣ୍ଟିଆ ରାଜନୀତି ଚର୍ଚ୍ଚାର ବିଷୟ ପାଲଟିଛି । ସାଧାରଣ ଲୋକଙ୍କ ବିଜେଡି ପ୍ରତି ଥିବା ଭଲପାଇବାର ପୁରସ୍କାର କ’ଣ ଧକ୍କା ବେକା ତଣ୍ଟିଆ । ଧନ୍ୟ ଏ ନବୀନ ଶାସନ ଧନ୍ୟ ତୁମ ବିଧାୟକ ସାଂସଦ । ଜଣେ ଯୁବକକୁ ମଞ୍ଚ ଉପରେ ବିଜେଡି ବିଧାୟକ ଅମର ଶତପଥି ତଣ୍ଟିଆ ମାରିବା କଣ ନବୀନ ବାବୁଙ୍କ ଆଦର୍ଶ ଓ ନୀତି ? ସଭା ମଞ୍ଚରେ ସେଲ୍ଫି ନେଲା ବେଳେ ସାଧାରଣ ଜନତାଙ୍କୁ ଧକ୍କା ମାରି ବିଦା କରିଦେଲେ ବିଧାୟକ । ରାଜନେତାଙ୍କ ହାତରେ ଯେଉଁ ଜନତା କ୍ଷମତା ଦେଇ ବିଧାୟକ କରିଥିଲେ ଆଜି ସେଇ ହାତ ସାଧାରଣ ଜନତା ଉପରେ କେମିତି ଉଠିଗଲା ? ତାହା ଏବେ ଅମରଙ୍କ ଭଳି ଜଣେ ବରିଷ୍ଠ ରାଜନେତାଙ୍କ ଉପରେ ଆଙ୍ଗୁଳି ଉଠାଇଛି । ଗତ ୧୯ ତାରିଖ ଦିନ ବଡଚଣା ବାଲିଚନ୍ଦ୍ରପୁର ସାହସପୁର କଲେଜର ବାର୍ଷିକ ଉତ୍ସବରେ ଯୋଗଦେଇ ଥିଲେ ବିଧାୟକ ଅମର ଶତପଥୀ ଏବଂ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ତେବେ ଅନୁଭବଙ୍କ ଭଳି ସେଲିବ୍ରିଟିଙ୍କୁ ଦେଖି ଜଣେ ଯୁବକ ତାଙ୍କ ସହ ସେଲ୍ଫି ନେବାକୁ ମଞ୍ଚ ଉପରକୁ ଚଢିଥିଲେ । ମାତ୍ର ସେଲ୍ଫି ନେଲାବେଳେ ତାଙ୍କୁ ବାଧା ଦେଇଥିଲେ ବିଧାୟକ । ଅମର ଯୁବକଙ୍କୁ ତଣ୍ଟିଆ ମାରି ଅନୁଭବଙ୍କ ପାଖରୁ ଦୂରେଇବାକୁ ଚେଷ୍ଟା କରିଥିବା ଭିଡିଓରେ ଦେଖିବାକୁ ମିଳୁଛି । ତେବେ ବିଧାୟକଙ୍କ ଧକ୍କାରେ ତଳେ ପଳେଯାଇଥିଲେ ଯୁବକ । ଆଉ ତାପରେ ତାଙ୍କୁ କିଛି କର୍ମୀ ମଞ୍ଚରୁ ଘୋଷାଡି ଘୋଷାଡି ତଳକୁ ନେଇ ଯାଇଥିଲେ ।