ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସୋୟାବିନ୍ ତେଲ

ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସୋୟାବିନ୍ ତେଲ

ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସୋୟାବିନ୍ ତେଲ
ସପିଂ ମଲ୍ର ଫୁଡ ବଜାର ହେଉ କିମ୍ବା ଅନଲାଇନରେ ଏବେ ବିଭିନ୍ନ କମ୍ପାନୀର ରନ୍ଧା ତେଲ ମିଳୁଛି । ଲୋକେ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ବିଶେଷଜ୍ଞଙ୍କ ପରାମର୍ଶରେ ସ୍ୱତନ୍ତ୍ର ବ୍ରାଣ୍ଡର ରନ୍ଧା ତେଲ ବ୍ୟବହାର କରୁଛନ୍ତି । କେତେକ ବର୍ଗ ଅଲିଭ ତେଲ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବା ବେଳେ ଅନ୍ୟମାନେ ରିଫାଇନ ତେଲ ସୋରିଷ ତେଲ, ନଡ଼ିଆ ତେଲ ଓ ସୋୟାବିନ ତେଲର ଉପଯୋଗ ମଧ୍ୟ କରିଥାନ୍ତି । ଲସଆଞ୍ଜେଲସର ଗବେଷକ ଦଳ ପ୍ରକାଶ କରିଛନ୍ତି ଯେ ସୋୟାବିନ ତେଲ ପ୍ରସ୍ତୁତ ଖାଦ୍ୟ ଖାଇଲେ ମଧୁମେହ, ମେଦବହୁଳ ରୋଗ ହେବା ସହ ମସ୍ତିଷ୍କ ଉପରେ ମଧ୍ୟ କୁ ପ୍ରଭାବ ପକାଇଥାଏ । ସୋୟାବିନ ତେଲ କାରଣରୁ ଅଟିଜିମ ଓ ଅଲଜାଇମର ପରି ରୋଗ ହେବାର ଆଶଙ୍କା ସର୍ବାଧିକ ଫାଷ୍ଟଫୁଡ ପ୍ରସ୍ତୁତି ସମୟରେ ଏଇ ସୋୟାବିନ୍ ତେଲର ଉପଯୋଗ ଅଧିକ କରାଯାଏ । ବିଭିନ୍ନ ପ୍ରକାର ପ୍ୟାକେଟ ଖାଦ୍ୟ ଅଧିକ ଦିନ ସତେଜ ରହିବା ନିମନ୍ତେ ମଧ୍ୟ ସୋୟାବିନ ତେଲ ବ୍ୟବହୃତ ହେଉଥିବାର ଜଣାଯାଇଛି । ପ୍ୟାକେଟ୍ ଖାଦ୍ୟ ଖାଉଥିଲେ ଏବେଠାରୁ ସତର୍କ ରୁହନ୍ତୁ । ଗବେଷକଦଳ ମୂଷାଙ୍କ ଉପରେ ପରୀକ୍ଷା କରି ଜାଣିପାରିଛନ୍ତି ଯେ ସୋୟାବିନ ତେଲ ମସ୍ତିଷ୍କ ନିମନ୍ତେ କେତେ ପରିମାଣରେ କ୍ଷତିକାରକ । ସୋୟାମିଲକ୍, ସୋୟା ସସ୍, ସୋୟାବିନ ପ୍ରସ୍ତୁତ ଟୋଫୁରେ ତେଲର ପରିମାଣ କମ୍ ଥିବାରୁ ତାହା ସ୍ୱାସ୍ଥ୍ୟ ପାଇଁ ଏତେ ମାତ୍ରାରେ ହାନିକାରକ ନୁହେଁ ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି । ଗତ କିଛି ବର୍ଷ ମଧ୍ୟରେ ସୋୟାବିନ ତେଲର ଲୋକପି୍ରୟତା ବୃଦ୍ଧି ପାଇଥିବା ବେଳେ ବିଦେଶୀ ରାଷ୍ଟ୍ରରେ ଏହି ତେଲର ବିକି୍ର ବଢ଼ିବାରେ ଲାଗିଛି ।