ଫିଲ୍ମ ସୁଟିଂ ପାଇଁ କୋଟିଏ ଟଙ୍କାର ଟମାଟୋ

ଫିଲ୍ମ ସୁଟିଂ ପାଇଁ କୋଟିଏ ଟଙ୍କାର ଟମାଟୋ

ନୂଆଦିଲ୍ଲୀ : ଏବେ ବଜାରରେ ଟମାଟୋ ଦର ଆକାଶଛୁଆଁ। ସେଥିପାଇଁ ଏହାକୁ କିଣିବା ପାଇଁ ଗ୍ରାହକ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଏବେ ବଜାରରେ କେଜିଏ ଟମାଟୋର ଦାମ୍‌ ୧୫୦ ଟଙ୍କାରୁ ଅଧିକ ଥିବା ବେଳେ ବିଭିନ୍ନ ରାଜ୍ୟରେ ଏହାର ଦାମ୍ ଭିନ୍ନ ଭିନ୍ନ ଅଛି। ତେବେ ଟମାଟୋର ଦର ଅହେତୁକ ବୃଦ୍ଧି ପାଇଥିବା ବେଳେ ବଲିଉଡ୍‌ ଫିଲ୍ମ ‘ଜିନ୍ଦେଗୀ ନା ମିଲେଗି ଦୋବାରା’ ଟମାଟୋକୁ ନେଇ ଏକ ରୋଚକ କାହାଣୀ ମନେ ପକାଇଛି।

ଇତିମଧ୍ୟରେ ଏହି ଫିଲ୍ମଟି ୧୨ ବର୍ଷ ପୂରଣ କରିଛି। ଏହି ସିନେମାର ଏକ ଗୀତର ଦୃଶ୍ୟ ଏଭଳି ଅଛି, ଯେଉଁଥିରେ ହ୍ରିତିକ ଓ କ୍ୟାଟ୍ରିନା ସମେତ ଅନ୍ୟ କଳାକାରମାନେ ପରସ୍ପରକୁ ଟମାଟୋ ଫିଙ୍ଗୁଛନ୍ତି। ତେବେ ଫିଲ୍ମର ଏହି ଦୃଶ୍ୟ ସୁଟିଂ ପାଇଁ କେତେ କେଜି ଟମାଟୋ ବ୍ୟବହାର ହୋଇଥିବ ତାହା ଅନୁମାନ କରିବା ସହଜ ନୁହେଁ। ଏହି ସୁଟିଂ ପାଇଁ ୧୬,୦୦୦ କେଜି ଟମାଟୋ ବ୍ୟବହାର ହୋଇଥିଲା।

ସମୁଦାୟ ଟମାଟୋର ଦାମ୍ ଥିଲା କୋଟିଏ ଟଙ୍କା। କେବଳ ସେତିକି ନୁହେଁ, ସ୍ପେନର ଟମାଟୋ କଞ୍ଚା ଥିବାରୁ ପର୍ତ୍ତୁଗାଲରୁ ପାଚିଲା ଟମାଟୋ ଅଣାଯାଇଥିଲା। ସିନେମାରେ ‘ ଲା ଟମାଟିନା ଉତ୍ସବ’କୁ ବାସ୍ତବିକ ଭାବେ ପ୍ରତିଫଳନ କରିବା ପାଇଁ ପର୍ତ୍ତୁଗାଲରୁ ଟମାଟୋ ଆମଦାନୀ କରାଯାଇଥିବା ୨୦୧୧ରେ ଏହି ସିନେମାର ମୁକ୍ତିଲାଭ ଅବସରରେ ଏହାର ପ୍ରଯୋଜକ ରୀତେଶ ସିଦ୍ଧୱାନି କହିଥିଲେ।