ବିଜେଡିରେ ମିଶିଲେ ଦିଲ୍ଲୀପ ରାୟଙ୍କ ସମର୍ଥକ

ବିଜେଡିରେ ମିଶିଲେ ଦିଲ୍ଲୀପ ରାୟଙ୍କ ସମର୍ଥକ

ବିଜେଡିରେ ମିଶିଲେ ଦିଲ୍ଲୀପ ରାୟଙ୍କ ସମର୍ଥକ
ଭୁବନେଶ୍ୱର: ଶଙ୍ଖ ଧରିଲେ ରାଉରକେଲାର ଟାଣୁଆ ନେତା ଦିଲ୍ଲୀପ ରାୟଙ୍କ ସମର୍ଥକ ଓ ଅନୁଗତ । ରାଉରକେଲା ବାସନ୍ତୀ କଲୋନୀରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଦିଲ୍ଲୀପଙ୍କ ସମର୍ଥକମାନେ ବିଜେଡିରେ ସାମିଲ ହୋଇଛନ୍ତି । ପୂର୍ବତନ କାଉନସିଲରଙ୍କ ସମେତ ଶତାଧିକ ଲୋକ ବିଜେଡିରେ ମିଶିଛନ୍ତି । ରାଉରକେଲାର ପୂର୍ବତନ ବିଧାୟକ ସାରଦା ନାୟକ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ରହିଛି ନୂଆ କର୍ମୀଙ୍କୁ ସ୍ୱାଗତ କରିଥିଲେ । ତେବେ ଦିଲ୍ଲୀପଙ୍କ ସମର୍ଥକମାନେ ବିଜେଡିରେ ଯୋଗଦେବା ପରେ ରାଉରକେଲାରେ ରାଜନୈତିକ ସମୀକରଣର ଚିତ୍ର ବଦଳୁଥିବା କୁହାଯାଉଛି । ପ୍ରକାଶ ଯେ, ଚଳିତ ବର୍ଷ ଦିଲ୍ଲୀପ ରାୟ ନିର୍ବରାଚନ ଲଢୁନାହାନ୍ତି । ବିଜେପିରୁ ଇସ୍ତଫା ଦେବା ପରେ ଏଥର ଯିଏ ରାଉରକେଲାବାସୀଙ୍କ ବିକାଶ ପାଇଁ କାମ କରିବ ତାଙ୍କୁ ସେ ସମର୍ଥନ କରିବେ ବୋଲି ଦିଲ୍ଲୀପ କହିଥିଲେ । ଏପରିସ୍ଥିତିରେ ତାଙ୍କର ସମର୍ଥକ ବିଜେଡିରେ ମିଶିବା ପରେ ରାଉରକେଲାରେ ବିଜେଡି ଅଧିକ ଶକ୍ତିଶାଳୀ ହେବ ବୋଲି କୁହାଯାଉଛି । ପୂର୍ବରୁ ଦିଲ୍ଲୀପ କହିଥିଲେ ଯେ, ମୁଁ ସାଂସଦ କିମ୍ବା ବିଧାୟକ ରହେ କି ନରହେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚକୁ ସୁପରସ୍ପେଶିଆଲିଟି ହସ୍ପିଟାଲର ମାନତ୍ୟ ଦାବିକୁ ନିଶ୍ଚୟ ପୂରଣ କରିବି । ଦ୍ୱିତୀୟତଃ ସହର ତଥା ଜିଲ୍ଲାରେ ନୂତନ ଜନପ୍ରତିନିଧି ଯିଏ ବି ଆସୁ ସିଏ ସହରର ବିକାଶ କରିଲେ ମୁଁ ତାଙ୍କୁ ସମର୍ଥନ ଦେବି । ମାତ୍ର ଯେଉଁମାନେ ସହର ପାଇଁ କାର୍ଯ୍ୟ କରିନାହାନ୍ତି ତାଙ୍କ ପାଇଁ ଭୋଟ ଦେବା ପାଇଁ ଭାବିବାକୁ ପଡ଼ିବ ବୋଲି ଦିଲ୍ଲୀପ କହିଥିଲେ ।