ହଟିଲା ସେଲିବ୍ରିଟିଙ୍କ ଟ୍ୱିଟରର ବ୍ଲୁ-ଟିକ୍ ମାର୍କ
ନୂଆଦିଲ୍ଲୀ: ହଟିଲା ସେଲିବ୍ରିଟିଙ୍କ ଟ୍ୱିଟରର ବ୍ଲୁ-ଟିକ୍ ମାର୍କ । ଟଙ୍କା ପୈଠ କରାଯାଇନଥିବାରୁ ରାତି ୧୨ଟାରୁ ବ୍ଲୁ-ଟିକ୍ ହଟାଇ ଦିଆଯାଇଛି । ଅଭିନେତା ଅମିତାଭ ବଚ୍ଚନ, ଶାହାରୁଖ୍ ଖାନ୍, ଆଲିଆ ଭଟ୍ଟ, ରାଜନେତା ଯୋଗୀ ଆଦିତ୍ୟନାଥ, ରାହୁଲ୍ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅରବିନ୍ଦ କେଜ୍ରିୱାଲ୍ ଓ ମମତା ବାନାର୍ଜୀ, କ୍ରିକେଟ୍ର୍ ବିରାଟ କୋହଲି ଓ ରୋହିତ ଶର୍ମା ଆଦି ଟୁଇଟର୍ ଆକାଉଣ୍ଟ୍ରୁ ‘ଭେରିଫାଏଡ୍ ବ୍ଲୁ ଟିକ୍’ ହରାଇଛନ୍ତି ।
କିନ୍ତୁ, ‘ଟୁଇଟର୍ ବ୍ଲୁ’ ନିମନ୍ତେ ଦେୟ ପୈଠ କରୁଥିବା ‘ଟୁଇଟର୍’ ବ୍ୟବହାରକାରୀ ବ୍ୟକ୍ତିବିଶେଷଙ୍କର ‘ଭେରିଫାଏଡ୍ ବ୍ଲୁ ଚେକ୍ମାର୍କ’ ହଟା ଯାଇନାହିଁ। ‘ଟୁଇଟର୍ ବ୍ଲୁ’ ନିମନ୍ତେ ‘ୱେବ୍ ଜରିଆରେ ମାସକୁ ୮ ଡଲାର୍, ‘ଆଇଓଏସ୍’ ଏବଂ ‘ଆଣ୍ଡ୍ରଏଡ୍’ରେ ‘ଇନ୍-ଆପ୍’ ଜରିଆରେ ମାସକୁ ୧୧ ଡଲାର୍ ପୈଠ କରିବାକୁ ପଡ଼ିଥାଏ।