ବଡ଼ଖବର: କୋର୍ଟରେ ଯୁବତୀଙ୍କୁ ଗୁଳିମାଡ଼

ବଡ଼ଖବର: କୋର୍ଟରେ ଯୁବତୀଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ସାମ୍ବାଦିକ ବିଶେରେ ଗୁଳିମାଡ଼ ଘଟଣା ମନରୁ ନଯାଉଣୁ ଏବେ ଓକିଲ ବେଶରେ ଜଣେ ଯୁବତୀଙ୍କୁ ଗୁଳିମାଡ଼ କରାଯାଇଛି । ଘଟଣା ଘଟିଛି ନୂଆଦିଲ୍ଲୀରେ । ସବୁଠୁ ବଡ଼ କଥା ହେଲା ଯେ, କୋର୍ଟ ପରିସରରେ ହିଁ ଗୁଳିମାଡ଼ କରାଯାଇଛି । 

ଦିଲ୍ଲୀ ସାକେତ କୋର୍ଟ ପରିସରରେ ଯୁବତୀଙ୍କୁ ଗୁଳିମାଡ଼ ହୋଇଛି ।  ସେ ପୁଣି ପୁଲିସ ଉପସ୍ଥିତିରେ ହୋଇଛି । ଯୁବତୀଙ୍କୁ ମୋଟ ୪ ରାଉଣ୍ଡ ଗୁଳିମାଡ଼ ହୋଇଛି । ଏଥିରେ ସେ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଏମସରେ ଭର୍ତ୍ତି କରାଯାଇଛି ।