୧୨ ଘଣ୍ଟା କର୍ଫ୍ୟୁ କୋହଳ, ସାମୂହିକ ନମାଜ ପାଠ ଉପରେ ରୋକ
ସମ୍ୱଲପୁର: ଆଜିଠାରୁ ସମ୍ବଲପୁରରେ ୧୨ ଘଣ୍ଟା କର୍ଫ୍ୟୁ କୋହଳ । ସାମ୍ପ୍ରତିକ ପରିସ୍ଥିତିରେ ସମ୍ବଲପୁରରେ ଇଦଗାରେ ସାମୂହିକ ନମାଜ ପାଠ ଉପରେ ରୋକ ଲଗାଇଛି ପ୍ରଶାସନ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ସମ୍ବଲପୁର ସହରରେ ଦିନ ୧୦ଟା ରୁ ଲିଜ ଲାଇନ ଓ ବ୍ରଡ୍ ବ୍ୟାଣ୍ଡ ସେବା ଚାଲୁ ରହିଛି , ଫଳରେ ଲୋକେ ଅଫିସ କାର୍ୟ୍ୟ କରିପାରୁଛନ୍ତି । ତେବେ ମୋବାଇଲ ନେଟ୍ ସେବା କୁ ଆସନ୍ତାକାଲି ପର୍ୟ୍ୟନ୍ତ ବନ୍ଦ ରଖାଯାଇଛି । ସମ୍ବଲପୁରରେ ଶାନ୍ତି ଫେରାଇ ଆଣି ଲାଗି ପ୍ରଶାସନ ଉଦ୍ୟମ ଜାରି ରଖିଛି ।
ଗତକାଲି ଦିନ ତମାମ ବିବିନ୍ନ ଶାନ୍ତି କମିଟି ସହ ପର୍ୟ୍ୟାୟ କ୍ରମେ ଜିଲ୍ଲା ପ୍ରଶାସନ ଆଲୋଚନା କରିଛି । ସମ୍ବଲପୁର ସହରରେ ଆଂଶିକ ଭାବେ ଇଣ୍ଟରନେଟ ସେବା ଉପଲବ୍ଧ ହୋଇଛି, ତେବେ ଏହାର ଅପବ୍ୟବହାର କଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି କ୍ଷ