କ୍ଷତିରେ ଚାଲୁଛି ଟ୍ବିଟର: ମସ୍କ

କ୍ଷତିରେ ଚାଲୁଛି ଟ୍ବିଟର: ମସ୍କ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ସଂସ୍ଥା ଟ୍ବିଟର କ୍ଷତିରେ ଚାଲୁଛି। ଏହାର ନୂଆ ମାଲିକ ତଥା ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ କହିଛନ୍ତି ଯେ କଂପାନିର ନଗଦ ପ୍ରବାହ ବିଯୁକ୍ତାତ୍ମକ ରହିଛି।

ବିଜ୍ଞାପନ ରାଜସ୍ବ ୫୦ ପ୍ରତିଶତ ହ୍ରାସ ପାଇଛି। କଂପାନି ଖାତାରେ ଋଣ ଭାଗ ଅଧିକ ରହିଛି। କଂପାନିକୁ ପ୍ରଥମେ ନଗଦ ପ୍ରବାହକୁ ଯୁକ୍ତାତ୍ମକ କରିବାକୁ ପଡ଼ିବ ବୋଲି ମସ୍କ କହିଛନ୍ତି।

୨୦୨୨ ଅକ୍ଟୋବର ୨୮ରେ ୪୪୦୦ କୋଟି ଡଲାରରେ ଟ୍ବିଟର୍‌କୁ ମସ୍କ କିଣିଥିଲେ। ସେହି ସମୟରେ କଂପାନି ଦୈନିକ ୩୨ କୋଟି ଟଙ୍କାର କ୍ଷତି ସହୁଥିଲା। ଟ୍ବିଟରକୁ ଚଲାଇବା ଲାଗି ବିଜ୍ଞାପନଦାତାଙ୍କ ଉପରେ ମସ୍କ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିବାକୁ ଚାହୁନାହାନ୍ତି।

କଂପାନି ଯେଭଳି ନିଜସ୍ବ ଆୟ ଉତ୍ସ ସୃଷ୍ଟି କରିପାରିବ ସେଦିଗରେ ମସ୍କ କାର୍ଯ୍ୟ କରୁଛନ୍ତି। ସେଥିପାଇଁ ସାରା ବିଶ୍ବରେ ସେ ବ୍ଲୁ ସବ୍‌ସ୍କ୍ରିପ୍‌ସନ୍ ଆରମ୍ଭ କରିଛନ୍ତି। ବ୍ଲୁ ଟିକ୍‌ ପାଇଁ ବ୍ୟବହାରକାରୀଙ୍କଠାରୁ ମାସିକ ଓ ବାର୍ଷିକ ଫି’ ଅସୁଲ କରାଯାଉଛି।