ଶ୍ରାବଣ ସୋମବାର, ଶିବ ମନ୍ଦିରରେ ଜଳଲାଗି କରୁଛନ୍ତି କାଉଡ଼ିଆ

ଶ୍ରାବଣ ସୋମବାର, ଶିବ ମନ୍ଦିରରେ ଜଳଲାଗି କରୁଛନ୍ତି କାଉଡ଼ିଆ

ଭୁବନେଶ୍ୱର : ଆଜି ଶ୍ରାବଣ ସୋମବାର, ସଂକ୍ରାନ୍ତି ସାଙ୍ଗକୁ ଚିତାଲାଗି ଅମାବାସ୍ୟା। ତା ପରେ ଆରମ୍ଭ ହୋଇଯିବ ମଳ ମାସ। ସେଥିପାଇଁ ଶିବାଳୟରେ କାଉଡ଼ିଆଙ୍କ ପ୍ରବଳ ଭିଡ଼।

ବିଳମ୍ବିତ ରାତିରୁ ଜଳଲାଗି କରୁଛନ୍ତି କାଉଡ଼ିଆ । ସବୁ ଶିଳାଳୟରେ ଏଥପାଇଁ ଖାସ ବ୍ୟବସ୍ଥା କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି । ପବିତ୍ର ଶ୍ରାବଣ ମାସର ଆଜି ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ହୋଇ ଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ । ବାବା ଧବଳେଶ୍ୱରଙ୍କୁ ଜଳ ଲାଗି କରୁଛନ୍ତି କାଉଡ଼ିଆ।

ସେହିପରି ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ବୋଲବମ୍ ଭକ୍ତଙ୍କ ଭିଡ଼ ଲାଗିଛି। ଲିଙ୍ଗରାଜ ମନ୍ଦିର ବ୍ୟତିତ ଏକାମ୍ର କ୍ଷେତ୍ରର ଭାସ୍କରେଶ୍ବର, ମେଘେଶ୍ବର, ମୁକ୍ତେଶ୍ବର, ବ୍ରହ୍ମେଶ୍ବର ଭଳି ଶିବାଳୟରେ ମଧ୍ୟ ଶ୍ରଦ୍ଧାଳୁ ଜଳଲାଗି କରୁଛନ୍ତି । ସେହିପରି ଭଦ୍ରକର ଆରଡି ପୀଠରେ ମଧ୍ୟ ଲାଗିଛି କାଉଡ଼ିଆଙ୍କ ଭିଡ଼।