୧୦ ଲକ୍ଷରେ CGL ପ୍ରଶ୍ନପତ୍ର ବିକ୍ରି ଡିଲ ହେଉଥିଲା ,୪୦ଅଟକ

ଜଳେଶ୍ୱର : ପ୍ରଶ୍ନପତ୍ର ଡିଲ୍ ବେଳେ ୪୦ରୁ ଅଧିକ ପରୀକ୍ଷାର୍ଥୀ ଅଟକ । ପରୀକ୍ଷା ପୂର୍ବରୁ CGL ପ୍ରଶ୍ନ ପତ୍ର ଲିକ ସନ୍ଦେହରେ ଚଢ଼ାଉ କରିଥିଲା ବାଲେଶ୍ବର ପୋଲିସ। ପଶ୍ଚିମବଙ୍ଗ ଦୀଘାର ଏକ ହୋଟେଲରେ ଚଢାଉ ହୋଇଥିଲା ।
୧୦ ଲକ୍ଷରେ ପ୍ରଶ୍ନପତ୍ର ବିକ୍ରି ଡିଲ ହେଉଥିଲା । ପରୀକ୍ଷାର୍ଥୀଙ୍କୁ ନେଇ ପ୍ରଶ୍ନ ଏବଂ ଉତ୍ତର କୁହାଯିବା ଖବର ପାଇ ଚଢ଼ାଉ କରିଥିଲା ପୋଲିସ। ଏକ ଘରୋଇ ବସ ସହିତ ୪୦ରୁ ଅଧିକ ପରୀକ୍ଷାର୍ଥୀକୁ ଅଟକ ରଖିଛି ପୋଲିସ ଟିମ୍ । ବସ୍ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପରୀକ୍ଷାର୍ଥୀ ରହିଥିବା ସୂଚନା ମିଳିଛି। ଘଟଣାରେ ଅଧିକ ତଦନ୍ତ କରୁଛି ବାଲେଶ୍ବର ଜିଲ୍ଲା ପୋଲିସ।
ତେବେ ପରୀକ୍ଷାପତ୍ର କିପରି ଲିକ୍ ହୋଇଛି । ପୋଲିସ ତଦନ୍ତରେ ସ୍ପଷ୍ଟ ହେବ । ଯିଏ ବି ଏହି ଘଟଣାରେ ସାମିଲ ଥିବ, ତା ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।