ବାହାନଗା ଟ୍ରେନ୍ ଦୁର୍ଘଟଣା, ବଢ଼ିଲା ମୃତ୍ୟୁସଂଖ୍ୟା
କଟକ : ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଆସିଲା ଆଉ ଏକ ଦୁଃଖଦ ଖବର। କଟକ ଏସ୍ସିବି ଡାକ୍ତରଖାନାରେ ଚିକିତ୍ସାଧୀନ ଆଉ ଜଣେ ଗୁରୁତରଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ମନିସ କୁମାର(୨୪)। ତାଙ୍କ ବାପାଙ୍କ ନାମ ସାଗର ରାମ। ବିହାରର ଜାମୁଇ ଅଞ୍ଚଳରେ ତାଙ୍କ ଘର।
ସୂଚନା ମୁତବିକ, ଟ୍ରେନ ଦୁର୍ଘଟଣାରେ ଗୁରୁତର ଥିବା ମନିସ ଏସ୍ସିବିର ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଗୁରୁବାର ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହାକୁ ମିଶାଇ ଏସସିବିରେ ବାହାନଗା ଦୁର୍ଘଟଣାଗ୍ରସ୍ତଙ୍କର ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଛି। ସେହିଭଳି ବାହାନଗା ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨୯୩ରେ ବୃଦ୍ଧି ପାଇଛି।




user2 