ବାହାନଗା ରେଳ ଦୁର୍ଘଟଣା: ୧୧୧ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର
ଭୁବନେଶ୍ଵର : ଭୁବନେଶ୍ଵରରେ ମୋଟ ୧୯୩ ମୃତଦେହରୁ ୧୧୧ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର ସରିଛି। ଆହୁରି ୮୨ ମୃତଦେହ ହସ୍ପିଟାଲରେ ରହିଛି। ହସ୍ପିଟାଲରେ ଥିବା ମୃତଦେହ ଗୁଡ଼ିକର ଡ଼ିଏନଏ ଏମ୍ସ ଦ୍ଵାରା ଟେଷ୍ଟ କରିବା ପାଇଁ ପ୍ରକ୍ରିୟା ଚାଲିଛି। ଏହା ସହ ମୃତ ଲୋକଙ୍କ ଚିହ୍ନଟ ପାଇଁ ଆସୁଥିବା ପରିବାର ଳୋକଙ୍କ ଖାଇବା ରହିବା ପାଇଁ ବିଏମସି ଗୁରୁତ୍ଵ ଦେଉଛି। ମୃତଦେହକୁ ନେଇ ଦ୍ଵନ୍ଦ ହେଉଛି। ତେଣୁ ସ୍ଥାନୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଉଛି। ବାହାନଗା ରେଳ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଛନ୍ତି ୨୮୮ । ସେଥିରୁ ଚିହ୍ନଟ ହୋଇଛି ୨୦୫ ମୃତଦେହ ।
ରେଳ ଦୁର୍ଘଟଣା ମୃତକଙ୍କ ମଧ୍ୟରେ ଏ ପର୍ୟ୍ୟନ୍ତ ଓଡ଼ିଶାର ୩୯ ଜଣ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ଏହି ୩୯ ମୃତକଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ବାବଦରେ ମୋଟ ୧ କୋଟି ୯୫ ଲକ୍ଷ ଟଙ୍କା ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି । ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ପୂର୍ବରୁ ଓଡ଼ିଶାର ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଘୋଷଣା କରିଥିଲେ ।




admin 