ବର୍ଷାଦିନ ବାବଦରେ କୋତଟି କଥା

ବର୍ଷାଦିନ ବାବଦରେ କୋତଟି କଥା

ବର୍ଷାଦିନ ଆରମ୍ଭ ହୋଇଗଲାଣି , ଏଣୁ ନିଜକୁ ସତର୍କ ରଖନ୍ତୁ ଅଥବା ଦେହ ଖରାପ ହେବ । ନିଜକୁ ସୁସ୍ଥ ରଖିବା ସହିତ ତ୍ୱଚାର ଯତ୍ନ ଏବଂ ସତର୍କ ରୁହନ୍ତୁ । ସିଫନ୍ କପଡା,ସିଲ୍କ ପୋଷାକ, ସୂତା କପଡାର ପୋଷାକ ପିନ୍ଧନ୍ତୁ । ବର୍ଷାଦିନେ ମୋଟା କପଡାର ପୋଷାକ ଶୁଖେନି, ସେଥିପାଇଁ ପତଳା କପଡାର ପୋଷାକ ବ୍ୟବହାର କରନ୍ତୁ ।

ବର୍ଷାଦିନେ ଶୀଘ୍ର ଶୁଖିଯାଉଥିବା ଭଳି କପଡା ପିନ୍ଧନ୍ତୁ । ବର୍ଷାଦିନେ ଥଣ୍ଡା,କାଶ, ଜ୍ୱର ବ୍ୟାପିବାର ଭୟ ଥାଏ , ତେଣୁ ବଜାରକୁ ଯିବା ଆଗରୁ ମାକ୍ସ ପିନ୍ଧନ୍ତୁ ।  ସାନିଟାଇଜର ମଧ୍ୟ ରଖିପାରିବେ । ବର୍ଷାଦିନେ ଜଳବାୟୁ ପରିବର୍ତନ କାରଣରୁ ବିଭିନ୍ନ ତ୍ୱଚା ଜନିତ ସମସ୍ୟା ଦେଖାଯାଏ । ଏଣୁ ବିଶେଷ  ପରାମର୍ଶ ନେଇ ତ୍ୱଚାରେ ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁ 

ବଜାରକୁ ଯିବାବେଳେ ମାକ୍ସ ପିନ୍ଧନ୍ତୁ । ଏବେ ଥଣ୍ଡା ,କାଶ ଏବଂ ଜ୍ୱର ବ୍ୟାପିବାର ଭୟ ସବୁଠୁ ଅଧିକ । ନିଜ ବ୍ୟାଗରେ ଛୋଟ ସାନିଟାଇଜର୍ଟେ ମଧ୍ୟ ରଖନ୍ତୁ । ହାତକୁ ପ୍ରତି ୨-୩ ଘଣ୍ଡାରେ ପରିଷ୍କାର କରିବାକୁ ଯେମିତି ଭୁଲନ୍ତୁ ।  

ବଜାରକୁ ଯିବାବେଳେ ଅଟୋରିକ୍ସା, କାର୍ ଏବଂ ବସ୍ ଭଳି ଯାନ ଏହିଦିନେ ବ୍ୟବହାର କରୁଥିଲେ ,ସଂକ୍ରମଣ ରୋଗର ଆଶଙ୍କା ରହିଛି। ସେଥିପାଇଁ ନିଜ ମୋଟରସାଇକେଲରେ ଯିବା ଆସିବା ଦରକାର । 

ଆଜିକାଲି ବଜାରକୁ ଯିବାବେଳେ ବିଭିନ୍ନ ଦିଗରୁ ଆଖିଆଗରେ ରଖି ଅନ୍-ଲାଇନ୍ ଟଙ୍କା ପଇଠ ବ୍ୟବସ୍ଥା ଆପଣେଇବା ସବୁଠୁ ଭଲ । ଏହି ଉପାୟରେ ନିଜ ଖର୍ଚ୍ଚର ଟିକିନିଖି ତଥ୍ୟ ବି ଆପଣ ପାଖେ ରହିବ ।