ବିୟୁଟିସିଆନ୍କୁ ଗର୍ଭାଶୟ କର୍କଟ ଆଶଙ୍କା ବେଶି

ବିୟୁଟିସିଆନ୍କୁ ଗର୍ଭାଶୟ କର୍କଟ ଆଶଙ୍କା ବେଶି

ଭୁବନେଶ୍ୱର : ଡିମ୍ବାଣୁ ଉପନ୍ନ କରୁଥିବା ମହିଳାଙ୍କ ଗର୍ଭାଶୟରେ କୋଷିକା ବୃଦ୍ଧିକୁ ଗର୍ଭାଶୟ କର୍କଟ କୁହାଯାଏ । କାନାଡାଠାରେ ଏକ ସଦ୍ୟ ଅଧୟନରୁ ଜଣା ପଡିଛି ଯେ ୧୩୮୮ ମହିଳାଙ୍କ ଗର୍ଭାଶୟ କର୍କଟ ଓ ବୃର୍ତି ମଧ୍ୟରେ ଧ୍ୟାନ ଦେଇଥିଲା ।

ଯେଉଁଥିରେ ଜଣାପଡିଲାଯେ ବିୟୁଟିସିଆନ୍,ହେୟାରଡ୍ରେସର ବା ନିର୍ମାଣ କାର୍ଯ୍ୟରେ ମୁତୟନ ମହିଳାଙ୍କଠାରେ ଏହି ରୋଗର ଆଶଙ୍କା ବଢିଥାଏ । ଏକ ଦଶନ୍ଧି ଧରି କାମ କରୁଥିବା ମହିଳାଙ୍କ ଗର୍ଭାଶୟରେ ଅଧିକ ଅମୋନିଆ,ବ୍ଲିଚ,ଟାଲକମ୍ ପାଉଡର,ପେଟ୍ରୋଲ ଓ ପ୍ରପେଲାଂଟ ଗ୍ୟାସ ଭଳି ତତ୍ୱ ରହିଥାଏ ।

ଯାହା ଗର୍ଭାଶୟ ପ୍ରତି କ୍ଷତିକାରକ । ସେହିଭଳି ଦୀର୍ଘ ସମୟ ଧରି ଆକାଉଂଟି,ସେଲ୍ସ,ରିଟେଲ ଓ କପଡା ଉଦ୍ୟୋଗ ପାଇଁ କାମ କରୁଥିବା ମହିଳାଙ୍କ ଠାରେ ମଧ୍ୟ ଏହି ରୋଗ ହେବାର ଆଶଙ୍କା ରହିଥାଏ ।