ସୁପ୍ରିମକୋର୍ଟରେ ଶପଥ ନେଲେ ୨ ନୂଆ ବିଚାରପତି

ସୁପ୍ରିମକୋର୍ଟରେ ଶପଥ ନେଲେ ୨ ନୂଆ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଉଜ୍ଜଲ ଭୂୟାଁ ଏବଂ ଜଷ୍ଟିସ ଏସ.ଭେଙ୍କଟନାରାୟଣ ଭଟ୍ଟୀ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ତାଙ୍କୁ ଶପଥ ପାଠ କରାଇଛନ୍ତି। ବିଚାରପତି ଶ୍ରୀ ଭୂୟାଁ ଅଗଷ୍ଟ ୨, ୨୦୨୯ ପର୍ୟ୍ୟନ୍ତ କାର୍ୟ୍ୟ କରିବେ। ସେ ପୂର୍ବରୁ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ସେହିପରି ବିଚାରପତି ଶ୍ରୀ ଭଟ୍ଟୀ ୬ ମେ ୨୦୨୭ ପର୍ୟ୍ୟନ୍ତ କାର୍ୟ୍ୟ କରିବେ। ସେ ପୂର୍ବରୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଏହି ଦୁଇ ନୂଆ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟରେ ସମୁଦାୟ ବିଚାରପତିଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି।