ଟ୍ରେନ ରହଣି ଦାବିରେ ରେଳ ରୋକ

strike

ଟ୍ରେନ ରହଣି ଦାବିରେ ରେଳ ରୋକ

କୁଚିଣ୍ଡା: ଟ୍ରେନ ରହଣି ଦାବିରେ ରେଳ ରୋକ ସହ ବାମରା ବନ୍ଦ କ୍ଷ ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାମରା ଠାରେ ରେଳ ରୋକ କରାଯିବ ସହ ବାମରା ସମ୍ପୂର୍ଣ୍ଣ ବନ୍ଦ ରହିଛି କ୍ଷ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କମିଟି ଚେତାବନୀ ଦେଇଛି ।

ବାମରା ରେଳ ଷ୍ଟେସନରେ କରୋନା ପୂର୍ବରୁ ବହୁ ଗୁଡିଏ ଟ୍ରେନର ରହଣି ଥିଲା କ୍ଷ ମାତ୍ର କରୋନା ପରେ ସେହିସବୁ ଟ୍ରେନ ରହଣି ଉଛେଦ କରାଯାଇଛି କ୍ଷ ବାମରା ରେଳ ଷ୍ଟେସନ ହାୱାଡା-ମୁମ୍ବାଇ ଦକ୍ଷିଣ ପୂର୍ବ ରେଳ ପଥ ଅଧୀନରେ ଆସୁଥିବା ବେଳେ ଏହାର ଡିଭିଜନ ଅଫିସ ଚକ୍ରଧରପୁର ଓ ମୁଖ୍ୟଳୟ କଲିକତାରେ ରହିଛି କ୍ଷଏହା ପୂର୍ବରୁ ରେଳ କ୍ରିୟାନୁଷ୍ଠାନ କମିଟି ୨୦୨୦ ଏବଂ ୨୦୨୨ରେ ରେଳରୋକ କରିଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଧାରଣା ସ୍ଥଳକୁ ଆସି ଟ୍ରେନ ରହଣିର ପ୍ରତିଶୃତି ଦେଇଥିଲେ କ୍ଷ କିଛି ଦିନ ଟ୍ରେନ ରହଣି ହୋଇଥିବା ବେଳେ ପରେ ସେଗୁଡିକୁ ବାତିଲ କରିଦିଆଗଲା କ୍ଷ ଏହାରି ଦାବିରେ ଆଜି ପୁଣିଥରେ ରେଳ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ରେଳ ରୋକ କରିଛି କ୍ଷ ବହୁ ମହିଳା ପୁରୁଷ ରେଳ ଧାରଣ ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି କ୍ଷ