ବିଷ ଖାଇ ଦେଲା ମଙ୍ଗୁଳା କନ୍ୟା

murder

ବିଷ ଖାଇ ଦେଲା ମଙ୍ଗୁଳା କନ୍ୟା

ବଲାଙ୍ଗିର:  ବାହାଘରର ଠିକ୍ ଗୋଟିଏ ଦିନ ପୂର୍ବରୁ  ବିଷ ଖାଇଦେଇଛି ମଙ୍ଗୁଳା କନ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଚିକିଲବାହାଲ ଗ୍ରାମରେ ।

ସୂଚନା ଅନୁଯାୟୀ, ସମ୍ପୃକ୍ତ କନ୍ୟାଙ୍କ ସହ ଭିରକପଡାର ଜଣେ ଯୁବକଙ୍କ ସହ ବିବାହ ଠିକ ହୋଇଛି । ବାହାଘର ପାଇଁ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗି ରହିଥିଲା । କେହି କିଛି ବୁଝିବା ଆଗରୁ ବିଷ ଖାଇଦେଇଥିଲେ ମଙ୍ଗୁଳା କନ୍ୟା । ଏହା ଦେଖି ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ପିଏଚସିକୁ ନେଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ବର୍ତ୍ତମାନ ସୁଦ୍ଧା ବିଷ ପିଇବାର କାରଣ ଜଣାପଡ଼ି ନାହିଁ।