୧୨ ତାରିଖ ଯାଏ ରାଜ୍ୟରେ ବର୍ଷା

୧୨ ତାରିଖ ଯାଏ ରାଜ୍ୟରେ ବର୍ଷା

ଭୁବନେଶ୍ୱର: କିଛି ଦିନ ଧରି ଗାଏବ ହୋଇଥିବା ବର୍ଷା ରାଜ୍ୟକୁ ପୁଣି ଫେରିବ । ୨ ତାରିଖରୁ ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ହେବ । ପରକୁ ପର ଦୁଇଟି ଲଘୁଚାପ ପ୍ରଭାବରେ ଅଧିକାଂଶ ସ୍ଥାନରେ ଭାରୀ ବର୍ଷା ହୋଇପାରେ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।

ଏ ମାସରେ ଦୁଇ ଦୁଇଟି ଲଘୁଚାପ ହୋଇପାରେ । ପ୍ରଥମେ ୪ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଦ୍ୱିତୀୟ ସପ୍ତାହ ଶେଷ ବେଳକୁ ଆଉ ଏକ ଲଘୁଚାପ ହେବ । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ତେବେ ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ, କଟକ, ଢେଙ୍କାନାଳ ଜିଲ୍ଲାରେ ବର୍ଷା ସହ ଭୀଷଣ ବଜ୍ରପାତ ହୋଇଛି ।