ବଢିଲା ନନ୍ଦନକାନନ ସଫାରୀ ଟିକେଟ ଦାମ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪ଟି ସଫାରୀ ଟିକେଟ ଦାମ ବଢ଼ିଛି । ପୂର୍ବରୁ କିଛି ଘୋଷଣା ନକରି କର୍ତ୍ତୃପକ୍ଷ ଟିକେଟ ଦର ୫ଟଙ୍କା ଓ ୧୦ଟଙ୍କା ବୃଦ୍ଧି କରିଛନ୍ତି । ଏହାକୁ ନେଇ କିଛି ପର୍ୟ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ପୂର୍ବରୁ ଏହି ସଫାରୀ ବସ୍ରେ ବୁଲିବା ପାଇଁ ସାଧାରଣ ବସ୍ ଟିକେଟ ପିଛା ୬୦ ଟଙ୍କା ଓ ଶୀତତାପ ନିୟନ୍ତ୍ରିତ ବସ୍ ପିଛା ୯୦ ଟଙ୍କା ମୂଲ୍ୟ ଥିଲା । ସେପ୍ଟେମ୍ବର ୧ରେ ହଠାତ୍ ପର୍ୟ୍ୟଟକ ଟିକେଟ କାଟିବାବେଳେ ମୂଲ୍ୟ ବଢ଼ିଯାଇଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ ନିୟମାନୁଯାୟୀ ଟିକେଟ୍ ମୂଲ୍ୟ ବୃଦ୍ଧି କରାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି । ନୂତନ ଦର ଅନୁଯାୟୀ, ପର୍ୟ୍ୟଟକ ଏବେ ୪ଟି ସଫାରୀ ବୁଲିବା ପାଇଁ ସାଧାରଣ ବସ୍ରେ ୬୫ଟଙ୍କା ଓ ଶୀତତାପ ନିୟନ୍ତ୍ରିତ ବସ୍ରେ ୧୦୦ ଟଙ୍କା ଦେବାକୁ ପଡ଼ିବ ।