ଆଜିଠୁ ମିଳିବ ଯୁକ୍ତ ୨ ଆଡମିଟ୍ କାର୍ଡ

ଭୁବନେଶ୍ୱର : ଯୁକ୍ତ ଦୁଇ ପରୀକ୍ଷା ପାଇଁ ବୁଧବାର ୱେବ୍ସାଇଟ୍ରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ । ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ମିଳିବ । ସାମ୍ସ ଇସ୍ପେସ୍ ୱେବ୍ସାଇଟ୍ରୁ କଲେଜ କର୍ତ୍ତୃପକ୍ଷ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।
ସେହିପରି ଦୂର ନିରନ୍ତର ଶିକ୍ଷା ଭାବେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡ ମଧ୍ୟ ମିଳିବ । ସିଏଚ୍ଏସ୍ଇ ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ ଆଡମିଟ୍ କାର୍ଡ ଡାଉନ୍ଲୋଡ ପରେ ପ୍ରଥମେ ପରୀକ୍ଷାର୍ଥୀ ସମସ୍ତ ତଥ୍ୟକୁ ଯାଞ୍ଚ କରିବେ । ବାପାଙ୍କ ନାମ, ମା’ଙ୍କ ନାମ, ପରୀକ୍ଷା ବିଷୟ ଏବଂ ବିଭାଗ ଆଦି ଠିକ୍ ଅଛି କି ନାହିଁ ସେ ବିଷୟରେ ଯାଞ୍ଚ କରିବେ । ପରେ କଲେଜ ଅଧ୍ୟକ୍ଷ ଓ ପରୀକ୍ଷାର୍ଥୀଙ୍କ ଦସ୍ତଖତ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବେ । ଯଦି କୌଣସି ରହିଥାଏ, ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକଙ୍କ ଇମେଲ୍ ଆଇଡିକୁ ମେଲ୍ କରି ଜଣାଇବାକୁ କୁହାଯାଇଛି । ସୂଚନାଯୋଗ୍ୟ, ଜାନୁଆରୀ ୨ରୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଫେବ୍ରୁଆରୀ ୧୬ରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ।